fbpx

ଏହା ଅଲୌକିକ ନା ଲୌକିକ! ଏଭଳି ଗାଁ ଯେଉଁଠାରେ ସବୁବେଳେ ଲୋକେ ଶୋଇଥାନ୍ତି

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ରହସ୍ୟମୟ ରହିଛି, ଯେଉଁଠାରେ କିଛି ନା କିଛି ଅଘଟଣ ଘଟେ । ଏମିତି କିଛି ଲୋକଙ୍କ ସାମ୍ନାକୁ ଆସେ ତ ଆଉ କିଛି ରହସ୍ୟ ହୋଇ ରହିଯାଏ । ବୈଜ୍ଞାନିକମାନେ ବି ଏପରି ରହସ୍ୟ ଜାଣିବାରେ ବିଫଳ ହୋଇଛନ୍ତି । ଏମିତି ଏକ ଅଜବ ମାମଲା କିଛି ବର୍ଷ ପୂର୍ବେ କାଜାକସ୍ତାନରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ଲୋକଙ୍କୁ ଭୂତ ବା ସେହିପରି କିଛି ଅଜବ ପ୍ରକାରର ଅନୁଭବ ହୋଇଥିଲା । କାଜାକସ୍ତାନର କଲାଚିରେ ରହୁଥିବା ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି କିଛି ଅନୁଭବ କରିଥିଲେ । ଏହି ଅଞ୍ଚଳ ‘ସ୍ଲିପିଂ ହୋଲୋ’ ଭାବେ ପରିଚିତ । କାରଣ ଯଦି କେହି ଏଠାରେ ଶୋଇଥାନ୍ତି, ତେବେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦରୁ ଉଠନ୍ତି ନାହିଁ ।

ଏହା ନୁହେଁ ଯେ ଏହି ଗାଁର ସମସ୍ତ ଲୋକଙ୍କ ସହ ଏପରି ଘଟିଛି । ଏଠାକାର ଲୋକମାନେ ହଠାତ୍ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଶୋଇପଡୁଥିଲେ ଏବଂ କିଛିଦିନ ପର୍ଯ୍ୟନ୍ତ ସେମାନଙ୍କର ନିଦ ଭାଙ୍ଗୁ ନଥିଲା । ସେଠାରେ ଦେଢ଼ଶହରୁ ଊର୍ଦ୍ଧ୍ୱ ପରିବାର ରହୁଥିଲେ । ଲୋକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ଫଳରେ ଅନେକ ସମୟ ଧରି ସ୍ଥାନଟି ଶୂନଶାନ ହୋଇ ପଡ଼ି ରହିଥିଲା । ସେହି ସ୍ଥାନରେ ରହୁଥିବା ଲୋକମାନଙ୍କର ବହୁ ସମୟ ପର୍ଯ୍ୟନ୍ତ ମତିଭ୍ରମ ହେବା ସହ ଭୁଲିଯିବା ଭଳି ରୋଗ, ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇ ରହିବା, ହିଂସା ଓ ଯୌନ ଇଚ୍ଛା ବୃଦ୍ଧି ହେବା ଭଳି ସମସ୍ୟା ଦେଖା ଦେଇଥିଲା । ଯାହାକି ବେଶ୍ ଆଶ୍ଚର୍ଯ୍ୟଜନକ ଥିଲା ।

ତେବେ ଏଭଳି ଘଟିବା ପଛରେ କାରଣ କ’ଣ! ଏହା ଅଲୌକିକ ନା ଲୌକିକ! ବୈଜ୍ଞାନିକ ମତରେ, ୟୁରାନିୟମ୍ ଖଣି ନିକଟରେ ଏହି ଅଞ୍ଚଳ ଅବସ୍ଥିତ । ତେଣୁ ରେଡ଼ିଆସନ କାରଣରୁ ଲୋକମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବେ ବୋଲି କୁହାଯାଉଛି । ଏହା ସହ କିଛି ବିଶେଷଜ୍ଞ କହନ୍ତି ବିଷାକ୍ତ ଜଳ ଯୋଗୁଁ ଏହା ଘଟିଛି । ଏଥିପାଇଁ ପ୍ରଶାସନ ଏକ କମିଟି ଗଠନ କରି ସେହି ଅଞ୍ଚଳକୁ ଖାଲି କରିଥିଲା । ତିନି ବର୍ଷ ପରେ ଅର୍ଥାତ୍ ୨୦୧୫ରେ କାଜାକସ୍ତାନ ସରକାର କହିଥିଲେ ଯେ, କାର୍ବନ ମନୋଅକ୍ସାଇଡ୍ ଗ୍ୟାସ୍ ର ବିଷାକ୍ତ ସ୍ତର ଯୋଗୁଁ ଏଭଳି ଘଟଣା ଘଟିଛି ।

Get real time updates directly on you device, subscribe now.