fbpx

ଟଙ୍କା ସଂଚୟ କରିବାର ସହଜ ପ୍ରଣାଳୀ ଏହି ସହଜ ଉପାୟ ବହୁ କମ ଦିନରେ ଅଧିକ ଟଙ୍କା ଉପାର୍ଜନ କରନ୍ତୁ

ଓଡିଶା ଭାଷ୍କର : କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ହୋଇଥାଏ । ହେଲେ ବହୁ ସମୟରେ କଠିନ ପରିଶ୍ରମ କରିବା ପରେ ମଧ୍ୟ କିଛି ବ୍ୟକ୍ତି ସଫଳତା ପାଇ ପାରୁନାଁହାନ୍ତି । ତେବେ ଜୀବନରେ କିଭଳି ଭାବେ ଆପଣମାନେ ସଫଳତା ପାଇବା ସହ ସହଜ ଉପାୟରେ ଧନ ଉର୍ପାଜନ କରିବେ ସେଥିାପାଇଁ ଫେଙ୍ଗ୍ ଶୁଇ ସହିତ ଜଡିତ କିଛି ସହଜ ଉପାୟ ଜାଣନ୍ତୁ ।

ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ ଏହି ପ୍ରତିକ୍ରିୟା କରିବା ଦ୍ୱାରା ଟଙ୍କା ସମସ୍ୟା ଦୂର ହୋଇଥାଏ।
୧:- ପୁରୁଣା ବିଲ୍ ହଟାନ୍ତୁ :- ପେଙ୍ଗ୍ ସୁଇଙ୍କ ଅନୁାଯାୟୀ, ପର୍ସ ସଫା କରିବାବେଳେ ପୁରୁଣା ବିଲ୍ କୁ ବାହାର କରିଦିଅନ୍ତୁ । କାରଣ ପୁରୁଣା ବିଲ୍ ନକରାମକତାକୁ ପ୍ରତୀକ କରେ । ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ ପୁରୁଣା ବିଲ୍ କିମ୍ବା କାର୍ଡକୁ ପର୍ସରେ ରଖିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ ।
୨:- କାଗଜ ଟଙ୍କା ବା ନୋଟ୍ -: ଯଦି ଆପଣ ପର୍ସରେ ଟଙ୍କା ରଖୁଛନ୍ତି । ତେବେ ଏଥି ପ୍ରତି ଯତ୍ନବାନ ହୁଅନ୍ତୁ । ଟଙ୍କା ବା ନୋଟ୍ ରଖିବା ସମୟରେ ଧ୍ୟାନ ରଖନ୍ତୁ ଯେମିତି ସେଗୁଡିକ ସଠିକ୍ ଭାବରେ ରହିବ । ପର୍ସରେ ରଖୁଥିବା ଟଙ୍କା ବା ନୋଟ୍ ଫୋଲ୍ଡ ବା ମୋଡି ହୋଇ ରହିବା ଉଚିତ ନୁହେଁ ।

ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ, ଏହିସବୁ ଉପାୟ ପତି ଯତ୍ନବାନ ରହିଲେ ଆପଣଙ୍କ ଧନ ବା ଟଙ୍କା ବୃଦ୍ଧି ପାଇବ ବୋଲି ବିଶ୍ୱାସ କର।ଯା ଏ ।
୩:- ନଗଦ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ ବିଲ୍ -: ନଗଦ ରାଶି ବା ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପର୍ସରେ ବ୍ୟବସ୍ଥିତ ଢଙ୍ଗରେ ରଖିବା ଉଚିତ୍ । ଫେଙ୍ଗ୍ ଶୁଇଙ୍କ ଅନୁାୟୀ, ତୁମେ ନିଜ ପର୍ସରେ ନଗଦ ବିଲ କିମ୍ବା କାର୍ଡ ଯେତେ ଭଲ ଭାବରେ ରଖିବେ, ଫଳାଫଳ ସେତିକି ଅନୁକୂଳ ହେବ ।
୪:- ଏକ ଛୋଟ ନୋଟ୍ ସହିତ ଆରମ୍ଭ କରନ୍ତୁ :- ଫେଙ୍ଗ୍ ସୁଇଙ୍କ ହିସାବରେ, ପର୍ସରେ ସର୍ବାଧିକ ଟଙ୍କା ରଖନ୍ତୁ । ହେଲେ ସବୁବେଳେ ପର୍ସରେ ଟଙ୍କା ରଖିବାର କ୍ରମ ଏକ ଛୋଟ ନୋଟରୁ ଆରମ୍ଭ ହେବା ଉଚିତ । ବିଶ୍ୱାସ କର।ଯାଏ ଏପରି କରିବା ଦ୍ୱାରା ଟଙ୍କା ଆକର୍ଷିତ ହୋଇଥାଏ ।
୫:- ଗୋଟଏ ସ୍ଥାନରେ ମୁଦ୍ରା:- ମୁଦ୍ରାକୁ ପୃଥକ ଭାବରେ ବିସ୍ତାର କରନ୍ତୁ ନାହିଁ । ଫେଙ୍ଗ ଶୁଇଙ୍କ ଅନୂଯାୟୀ ମୁଦ୍ରାଗୁଡିକ ଗୋଟିଏ ସ୍ଥାନରେ ରଖିବା ଉଚିତ୍ । ଏପରି କଲେ ଅର୍ଥନେତିକ ଅଭିବୃଦ୍ଧିକୁ ଏହା ପ୍ରୋତ୍ସାହିତ କରିଥାଏ ।

ତେବେ ଜାଣି ରଖନ୍ତୁ ଫେଙ୍ଗ୍ ଶୁଇ କଣ ?
ଭାରତରେ ଯେ ପରି ବାସ୍ତୁ ଶାସ୍ତ୍ର ପ୍ରଚଳିତ, ସେହିପରି ଚାଇନାରେ ଫେଙ୍ଗ୍ ଶୁଇ ଶାସ୍ତ୍ରୀ ପ୍ରଚଳିତ । ତେବେ ବହୁ ସଂଖ୍ୟକ ଭାରତୀୟ ମଧ୍ୟ ଫେଙ୍ଗ୍ ଶୁଇରେ ଉଲ୍ଲେଖ କର।ଯ।ଇଥିବା ପ୍ରତିକାରକୁ ମାନିଥାନ୍ତି । ବିଶ୍ୱାସ କର।ଯାଏ ଫେଙ୍ଗ୍ ଶୁଇରେ ଉଲ୍ଲେଖ କରାଯାଇଥିବା ପ୍ରତିକାର କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.