fbpx

Amazonର ବଡ ଘୋଷଣା: ଶସ୍ତାରେ ମିଳିବ ଟିଭି-ଫ୍ରିଜ ଆଉ ମୋବାଇଲ

ଅନାଲାଇନ ସପିଙ୍ଗ ଆପ୍ ଆମାଜନ ଆଣିଛି ଧମାକାଦାର ଅଫର । ଆପ ତରଫରୁ Great Indian Festival Sale ଆରମ୍ଭ ହୋଇଯାଇଛି । ତେବେ ଏହାର ତାରିଖ ଏ ପର୍ଯ୍ୟନ୍ତ ସାମନାକୁ ଆସି ନଥିଲେ ମଧ୍ୟ ଏହାର ମାଇକ୍ରୋସାଇଟ କମ୍ପାନୀ ଲାଇଭ କରିବା ଆରମ୍ଭ କରିଛି । ଏବେ ଗ୍ରାହକମାନେ ବିଭିନ୍ନ ପ୍ରଡକ୍ଟ କିଣିବା ଦ୍ୱାରା ଅନେକ ଫାଇଦା ହାସଲ କରିପାରିବେ । ପ୍ରଡକ୍ଟରେ ୭୦% ପର୍ଯ୍ୟନ୍ତ ରିହାତି ପାଇବେ ଗ୍ରାହକ ।

ଏସବିଆଇ କାର୍ଡ ଉପରେ ଜଣେ ଗ୍ରାହକ ସେଲରେ ୧୦% ପର୍ଯ୍ୟନ୍ତ ଡିସ୍କାଉଣ୍ଟ ହାସଲ କରିପାରିବେ । ପ୍ରାଇମ ମେମ୍ବର୍ସ ପାଇଁ ସେଲ୍ ପୂର୍ବରୁ ଆରମ୍ଭ ହେବ । ମାସିକ ୧୭୯ ଟଙ୍କାରୁ ଆରମ୍ଭ ହେଉଛି ଆମାଜନ ପ୍ରାଇମର ସବସ୍କ୍ରିପ୍ସନ । ଏହାସହିତ ସେଲରେ ଅନେକ ଆକର୍ଷକ ପ୍ରଡକ୍ଟ ମଧ୍ୟ ଲଞ୍ଚ ହେବ । ତେବେ ଯଦି ଆପଣ ଶସ୍ତାରେ ଟିଭି, ସ୍ମାର୍ଟଫୋନ କିମ୍ବା ଅନ୍ୟ କୌଣସି ହୋମ୍ ଆପ୍ଲାଏନ୍ସ କିଣିବା ନେଇ ଯୋଜନା କରୁଛନ୍ତି କି? ତେବେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ଆପଣଙ୍କ ପାଇଁ ସବୁଠୁ ଭଲ ଅପ୍ସନ ଦେଇପାରିବ ।

ଆମାଜନ ସେଲରେ SAMSUNG, IQOO ଏବଂ Mi ଫୋନଗୁଡିକ ଉପରେ ରିହାତି ମିଳିପାରିବ । ଏଥିରେ ୪୦ ପ୍ରତିଶତ ଡିସ୍କାଉଣ୍ଟରେ ମୋବାଇଲ ଫୋନ ଏବଂ ଆସେସୋରିଜ କିଣିପାରିବେ । ସେପଟେ ଆପଣ ୯୯ ଟଙ୍କାରୁ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ କିଣିପାରିବେ ।

ହୋମ ଆପ୍ଲାଏନ୍ସ ପ୍ରଡକ୍ଟରେ ମଧ୍ୟ ଆପର୍ଷଣୀୟ ଅଫର କରୁଛି ଆମାଜନ । ୫,୯୯୯ ଟଙ୍କା ମୂଲ୍ୟରୁ ୱାସିଙ୍ଗ ମେସିନ କିଣିପାରିବେ । ଟିଭିରେ ମଧ୍ୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ଦିଆଯାଇଛି । ଫ୍ରିଜ ମଧ୍ୟ ୭,୨୯୦ ବେସ ପ୍ରାଇସରେ ଗ୍ରାହକ ନିଜର କରିପାରିବେ । 4K ଟିଭି ଉପରେ ମଧ୍ୟ ଆକର୍ଷକ ଅଫର ଦେଉଛି ଆମାଜନ ।

Get real time updates directly on you device, subscribe now.