fbpx

ଅଦାନୀଙ୍କୁ ମିଳିଲା ବଡ ସଫଳତା: ଧନୀ ତାଲିକାର ଚତୁଥ ସ୍ଥାନକୁ ପହଞ୍ଚିଲେ ଗୌତମ

ନୂଆଦିଲ୍ଲୀ: କୋଟିପତିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ବିଶିଷ୍ଟ ଶୀଳ୍ପପତି ଗୌତମ ଅଦାନୀ । ତାଙ୍କର ନେଟୱର୍ଥ ଏବେ ୧୪୬.୫ ଆରବ ଡଲାରରେ ପହଞ୍ଚିଛି । ଗତ କିଛି ବର୍ଷ ମଧ୍ୟରେ ସମ୍ପତ୍ତିକୁ ନେଇ ଖୁବ ସଫଳତା ପାଇଛନ୍ତି ଅଦାନୀ । ତେବେ ୧୫୬.୫ ନେଟୱାର୍ଥ ସହିତ ଅର୍ନାଲ୍ଟ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବରେ ରହିଛନ୍ତି ।

ଅଦାନୀଙ୍କ ସେୟାର ନିବେଶକଙ୍କୁ ଖୁବ ଲାଭ ପ୍ରଦାନ କରୁଛି । ଅଦାନୀ ଗ୍ରୀନ ଏନର୍ଜୀ ଲିମିଟେଡର ସେୟାର ନିବେଶକମାନଙ୍କୁ ମାତ୍ର ଏକ ବର୍ଷ ମଧ୍ୟରେ ୧୧୪.୩୧ ପ୍ରତିଶତ ରିଟର୍ଣ୍ଣ ଦେଇଛି । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୌତମ ଅଦାନୀ ଟପ୍-୩ ତାଲିକାରେ ସ୍ଥାନ ପାଇଥିଲେ । କିନ୍ତୁ ଏବେ ତଳକୁ ଖସି ଚତୁର୍ତ ସ୍ଥାନରେ ରହିଛନ୍ତି । ଅଦାନୀ ଏବଂ ଅର୍ନାଲ୍ଟଙ୍କ ସମ୍ପତ୍ତି ମଧ୍ୟରେ ୧୦ ଆରବ ଡଲାର ପାର୍ଥକ୍ୟ ରହିଛି । ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ଏଲନ ମସ୍କ ନିଜ ଦବଦବା ଜାହିର କରିଛନ୍ତି । ତାଙ୍କର ନେଟୱର୍ଥ ୨୫୦.୫ ରହିଥିବା ଜଣାଯାଇଛି । ଏହାବ୍ୟତୀତ ୧୫୧.୩ ଆରବ ଡଲାର ସହିତ ଜେଫ ବେଜୋସ ତୃତୀୟ ଧନୀ ବ୍ୟକ୍ତି ଭାବରେ ସ୍ଥାନ ପାଇଛନ୍ତି ।

୨୦୨୧ ସେପ୍ଟେମ୍ବର ୭ ତାରିଖରେ ଅଦାନୀ ଗ୍ରୀନ ଏନର୍ଜୀ ର ସେୟାର ପ୍ରାଇସ ୧,୧୧୦ ଟଙ୍କା ସ୍ତରରେ ରହିଥିଲା । କିନ୍ତୁ ଏକ ବର୍ଷ ମଧ୍ୟରେ ଏହା ଏବେ ୧,୨୬୮.୯୫କୁ ବୃଦ୍ଧି ପାଇଛି । ତେବେ ୨୦୧୮ ଜୁନ ୨୨ ତାରିଖରେ ଅଦାନୀଙ୍କ ସେୟାର ୨୯.୪୫ ସ୍ତରରେ ରହିଥିବା ବେଳେ ଗତ ୪ ବର୍ଷରେ କମ୍ପାନୀର ସେୟାର ୭,୯୭୮.୧୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ କମ୍ପାନୀର ସେୟାର ୨,୩୪୯.୫୫ ଟଙ୍କା ବୃଦ୍ଧି ପାଇଥିବା ଚାର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.