fbpx

ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାର ବଦଳିଲା ନାଁ: NDMC ବୈଠକରେ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନରୁ ନେଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ଏବେ ‘କର୍ତ୍ତବ୍ୟ ପଥ’ ନାଁରେ ପରିଚିତ ହେବ । ନୂଆଦିଲ୍ଲୀର ମ୍ୟୁନିସିପାଲିଟି କାଉନସିଲ (NDMC) ର ଏକ ସ୍ୱତନ୍ତ୍ର ବୈଠକ ଏହାର ନାମ ରାଜପଥରୁ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ଏହାକୁ ଐତିହାସିକ ନିଷ୍ପତ୍ତି କହିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

NDMCର ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ, ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ପରେ ପରିଷଦ ବୈଠକରେ ମଧ୍ୟ ଏହାକୁ ଅନୁମୋଦନ କରାଯାଇଛି ।

NDMC ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ ଏହା ମଧ୍ୟ କହିଛନ୍ତି ଯେ, ଏନଡିଏମସି ଦ୍ୱାରା ସଂକଳ୍ପ ପାରିତ ହେବା ପରେ ଏ ସମ୍ପର୍କରେ ବିଜ୍ଞପ୍ତି ମଧ୍ୟ ଜାରି କରାଯିବ । ସେ କହିଛନ୍ତି ଯେ, ଅନୁମତି ପାଇବା ପରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ କର୍ତ୍ତବ୍ୟ ପଥ ଭାବରେ ପରିଚିତ ହେବ ।

ତେବେ ୩ୟ ଥର ପାଇଁ ରାଜପଥର ନାଁରେ ପରିବର୍ତ୍ତନ କରାଯାଇଛି । ବ୍ରିଟିଶ ଶାସନ କାଳରେ ଏହି ରାସ୍ତାର ନାଁ କିସଙ୍ଗୱେ ଥିଲା । ସ୍ୱାଧୀନତା ପରେ ଏହାର ନାଁ ପରିବର୍ତ୍ତନ କରାଯାଇ ‘ରାଜପଥ’ କରାଯାଇଥିଲା, ଯାହାକି କିସଙ୍ଗୱେର ହିନ୍ଦୀ ଅନୁବାଦ । ଏବେ ଏହାର ନାଁ ପରିବର୍ତ୍ତନ କରି କର୍ତ୍ତବ୍ୟ ପଥ ରଖାଯାଇଛି ।

Get real time updates directly on you device, subscribe now.