fbpx

ହରିୟାଣାରେ ମେକ୍ ଇଣ୍ଡିଆ ନଂ-1 କ୍ୟାମ୍ପେନର ଶୁଭାରମ୍ଭ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ହରିୟାଣାର ହିସରୁରେ ମେକ୍ ଇଣ୍ଡିଆ ନଂ-1 କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି। ତେବେ ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ କାଉଣ୍ଟର କରି ପ୍ରଶ୍ନ ଉଠାଇଥିଲେ କି, ଭାରତ ଏବେ ବି ଗରିବ କାହିଁକି? ପ୍ରତ୍ୟେକ ପିଲା କାହିଁକି ଭଲ ଶିକ୍ଷାର ସୁଯୋଗ ପାଇ ପାରୁ ନାହାନ୍ତି? | ଏହି ଅଭିଯାନ ଆରମ୍ଭ କରି କେଜ୍ରିୱାଲ କହିଛନ୍ତି, ‘ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ, କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଛି ଯେ ୭୫ ବର୍ଷ ମଧ୍ୟରେ ଆମ ଭାରତରେ କଣ ସବୁ ଉନ୍ନତି ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘୧୩୦ କୋଟି ଭାରତୀୟଙ୍କ ପ୍ରଶ୍ନ ହେଉଛି ଏହି ୭୫ ବର୍ଷ ମଧ୍ୟରେ ଅନେକ ଦେଶ ଆମକୁ ପଛରେ ପକାଇ ଦେଇଛନ୍ତି, ଆମେ କାହିଁକି ପଛରେ ରହିଲୁ? ଭାରତୀୟ ମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ସେହିଭଳି ବିଶ୍ୱର ପ୍ରତ୍ୟେକ ବହୁରାଷ୍ଟ୍ରୀୟ କମ୍ପାନୀରେ ଭାରତୀୟମାନେ କାର୍ଯ୍ୟ କରୁଛନ୍ତି | ତେବେ ଏତେ ସବୁ ସତ୍ତ୍ୱେ ମଧ୍ୟ ଭାରତ ଏତେ ପଛୁଆ କାହିଁକି ? | ମେକ୍ ଇଣ୍ଡିଆ ନଂ-1 ଅଭିଯାନ ଆରମ୍ଭ କରୁଥିବାବେଳେ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ସେ ଦେଶର ପ୍ରତ୍ୟେକ କୋଣକୁ ଯାଇ ଲୋକଙ୍କ ସହ ଯୋଡି ହେବା ସହ ଦେଶକୁ ଏକ ନମ୍ବର କରିବା ପାଇଁ ପ୍ରୟାସ ଆରମ୍ଭ କରିବେ । ଏଥିପାଇଁ ସେ ଏକ ମୋବାଇଲ୍ ନମ୍ବର ୯୫୧୦୦୦୧୦୦୦ ଜାରି କରିଥିଲେ| ଯେଉଁ ନମ୍ବରରେ ଲୋକମାନେ ଏକ ମିସ୍ କଲ୍ ଦେଇ ତାଙ୍କ ସହିତ ଯୋଗଦାନ କରିପାରିବେ |

ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ: କେଜ୍ରିୱାଲ 

ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ୧୯୪୭ ମସିହାରେ ଆମେ ଏକ ଭୁଲ କରିଥିଲୁ ଯେ ଦେଶ ସ୍ୱାଧୀନ ହେବା ମାତ୍ରେ ଆମେ ଶିକ୍ଷା କ୍ଷେତ୍ରକୁ ଉନ୍ନତ କରିବା କ୍ଷେତ୍ରରେ ଧ୍ୟାନ ଦେଇ ନଥିଲୁ। ମାଗଣା ଏବଂ ଉତ୍କୃଷ୍ଟ ଶିକ୍ଷା ବ୍ୟବସ୍ଥା ପାଇଁ ଆମେ ପ୍ରୟାସ କରିବା ଆବଶ୍ୟକ ଥିଲା, କିନ୍ତୁ ତାହା ହୋଇ ପାରିନଥିଲା | ବର୍ତ୍ତମାନ ଆମକୁ ଉନ୍ନତ ଏବଂ ମାଗଣା ଶିକ୍ଷାର ବ୍ୟବସ୍ଥା କରିବାକୁ ପଡିବ | କେଜ୍ରିୱାଲ ଆହୁରି କହିଛନ୍ତି, ‘ମୁଁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛି ଯେ, ଆପଣ ସମଗ୍ର ଦେଶରେ ୧୪୫୦୦ ବିଦ୍ୟାଳୟକୁ ଅପଗ୍ରେଡ୍ କରୁଛନ୍ତି, ଏହା ବହୁତ ଭଲ କଥା | କିନ୍ତୁ, ଦେଶରେ ପ୍ରାୟ ୧୦.୫ ଲକ୍ଷ ବିଦ୍ୟାଳୟ ଅଛି ଏବଂ ଯଦି ଆମେ ଏହାକୁ ଏହି ଗତିରେ ଠିକ୍ କରିବା ତେବେ ଆହୁରି ୧୦୦ ବର୍ଷ ଲାଗିବ | ମୋର ଅନୁରୋଧ ହେଉଛି ସମସ୍ତ ରାଜ୍ୟ ସରକାରଙ୍କୁ ଏକାଠି କରିବା ଏବଂ ମିଶନ ମୋଡରେ ସମସ୍ତ ୧୦ ଲକ୍ଷ ବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉନ୍ନତ କରିବା ।

Get real time updates directly on you device, subscribe now.