fbpx

PM-SHRI ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ: ୧୪,୫୦୦ସ୍କୁଲର ରୂପ ବଦଳାଇବ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶିକ୍ଷା ମନ୍ତ୍ରାଳୟର ପିଏମ-ଶ୍ରୀ ଯୋଜନା ଉପରେ ମୋହର ଦେଇଛି ମୋଦୀ କ୍ୟାବିନେଟ । ଏ ନେଇ ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ସ୍କୁଲର ରୂପ ପରିବର୍ତ୍ତନ ହେବା ସହ କିଛି ନୂଆ ସ୍କୁଲ ଖୋଲାଯିବ ବୋଲି ଯୋଜନା ରହିଛି । ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଏହା ଦ୍ୱାରା ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି ।

ଶିକ୍ଷା ମନ୍ତ୍ରାଳୟର ନୂଆ ପିଏମ-ଶ୍ରୀ ଯୋଜନାରେ ଦେଶର ମୋଟ ୧୪,୫୦୦ ସ୍କୁଲର ରୂପାନ୍ତରୀକରଣ କରାଯିବ । ପାଠପଢା ପାଇଁ ଅତ୍ୟାଧୁନିକ ଏବଂ ପରିବର୍ତ୍ତନକାରୀ ଏବଂ ସମଗ୍ର ବ୍ୟବସ୍ଥା କରାଯିବ । ଏହି ସ୍କୁଲଗୁଡିକରେ ନୂଆ ଟେକନିକ, ସ୍ମାର୍ଟ କ୍ଲାସରୁମ, ଖେଳ ସହିତ ଆଧୁନିକ ଇନଫ୍ରା ଉପରେ ଧ୍ୟାନ ଦିଆଯିବ । ଏହାଦ୍ୱାରା ସ୍କୁଲଗୁଡିକର ବିକାଶ ହେବା ସହ ପିଲାମାନଙ୍କର ମଧ୍ୟ ବିକାଶ ହୋଇପାରିବ ।

ପୁରୁଣା ସ୍କୁଲର ଢାଞ୍ଚାକୁ ଆହୁରି ସୁନ୍ଦର, ମଜବୁତ ଏବଂ ଆକର୍ଷଣୀୟ କରାଯିବ । ତେବେ ଦେଶର ପ୍ରତ୍ୟେକ ବ୍ଲକରେ ଅନ୍ୟୁନ ଗୋଟିଏ ପିଏମ-ଶ୍ରୀ ଯୋଜନା ଅଧୀନସ୍ଥ ସ୍କୁଲ ପ୍ରସ୍ତୁତ କରାଯିବ । ଏହାସହିତ ପ୍ରତ୍ୟେକ ଜିଲ୍ଲାରେ ଏକ ମାଧ୍ୟମିକ ଏବଂ ଗୋଟିଏ ବରିଷ୍ଠ ମାଧ୍ୟମିକ ସ୍କୁଲ ମଧ୍ୟ ସ୍ଥାପନା ହେବ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଙ୍ଗ ଇଣ୍ଡିଆ(ପିଏମ-ଶ୍ରୀ) ଯୋଜନା ଅନୁସାରେ ସ୍କୁଲ ଗୁଡିକର ଉନ୍ନତି ଦିଗରେ ଧ୍ୟାନ ଦେବା ନେଇ ମୋଦୀ ଘୋଷଣା କରିଥିଲେ ।

Get real time updates directly on you device, subscribe now.