ଜାଣନ୍ତୁ କେଉଁ ଉପାୟ ଆପଣାଇଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହୁ। ବାସ୍ତୁ ଶାସ୍ତ୍ରରେ ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ। ମା’ଙ୍କର କୃପାରୁ ବ୍ୟକ୍ତିକୁ ଅନ୍ନ, ଧନ, ବସ୍ତ୍ର ପ୍ରାପ୍ତି ହୋଇଥାଏ। ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କଲେ ଆପଣଙ୍କ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ସର୍ବପ୍ରଥମେ ଘରେ ଶାନ୍ତି ଶୃଙ୍ଖଳା ଓ ପ୍ରେମର ମାହୋଲ ବନେଇ ରଖନ୍ତୁ। ବିଶେଷ କରି ସକାଳୁ ଉଠି ସକାରାତ୍ମକ ବାତାବରଣ ତିଆରି କରନ୍ତୁ। କାରଣ କଳି-ଝଗଡ଼ା ର ନକରାତ୍ମକ ପ୍ରଭାବ ଆପଣଙ୍କ ଆର୍ôଥକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା ସହିତ ଆପଣଙ୍କ ବିକାଶ ରେ ମଧ୍ୟ ବାଧା ସୃଷ୍ଟି କରିଥାଏ।

ଘରର ମହିଳା କିମ୍ୱା ବୟସ୍କ ଲୋକ ସକାଳେ ଶୀଘ୍ର ଉଠି ଗାଧୋଇ ସାରି ତମ୍ୱା ଲୋଟାରେ ତୁଳସୀ ଗଛକୁ ଜଳ ଦିଅନ୍ତୁ। ସେହି ଅଳ୍ପ ପାଣିରେ ତୁଳସୀପତ୍ର ପକାଇ ପୂଜା କରନ୍ତୁ ଓ ଏହି ପାଣିକୁ ଘର କୋଣ ଏବଂ ମୁଖ୍ୟଦ୍ୱାରରେ ପକାନ୍ତୁ। ଏହା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ସୁଖ ସମୃଦ୍ଧି ଆସିବ। ତୁଳସୀଙ୍କୁ ଜଳ ଦେବା ସମୟରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏପରି କଲେ ଘରର ଦରିଦ୍ରତା ଦୂରେଇ ଯିବା ସହ ମା ଲକ୍ଷ୍ମୀଙ୍କର କୃପା ଲାଗି ରହିବ। ସବୁବେଳେ ସକାଳୁ ଉଠି ଘର ଭଲଭାବେ ପରିଷ୍କାର କରନ୍ତୁ। ତା’ ସହିତ ପୂଜା କରିସାରି ତୁଳସୀ କିମ୍ୱା ଘରର ଦ୍ୱାର ପାଖରେ ଗୁଆଘିଅରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।