fbpx

ଡିଏନଏ ଟେଷ୍ଟ ଚିହ୍ନଟ କରିବ -‘କିଏ ହେବ ହିନ୍ଦୁ, କିଏ ହେବ ମୁସଲମାନ୍’

ନୂଆଦିଲ୍ଲୀ: ଜୟପୁରର ସାଙ୍ଗାନେରୀ ଗେଟ୍ ସ୍ଥିତ ମହିଳା ଡାକ୍ତରଖାନାର ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ନିରୀହ ଶିଶୁ ନିଜ ପିତାମାତାଙ୍କଠାରୁ ଦୂରେଇ ସାଇଛନ୍ତି । ଉଭୟ ପିଲାଙ୍କ ପ୍ରସବ ଉପରେ ଭୁଲ ଟ୍ୟାଗ୍ ରଖାଯିବା ହେତୁ, କେଉଁ ପିଲା କାହାର ବୋଲି ଜାଣିବା କଷ୍ଟକର ହୋଇପଡ଼ିଛି ।

ସେମାନଙ୍କ ମଧ୍ୟରୁ ଗୋଟିଏ ପିଲାର ପରିବାର ହିନ୍ଦୁ ଏବଂ ଅନ୍ୟ ପିଲାର ପରିବାର ମୁସଲମାନ ବୋଲି ଜଣାପଡିଛି । ଏବେ ୨ ପିଲାଙ୍କ ପ୍ରକୃତ ପିତାମାତା ସ୍ଥିର କରିବାକୁ ମେଡିକାଲ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି । ଏହା ପରେ ହିଁ ଜଣାପଡିବ କି , ସେମାନଙ୍କ ମଧ୍ୟରୁ କିଏ ହିନ୍ଦୁ ଓ କିଏ ମୁସଲମାନ୍ ।

ତେବେ ଜୟପୁର ଫେମସ୍ ଅଭିନେତା ଅମୀର ଖାନଙ୍କ ଏକ ଚଳଚ୍ଚିତ୍ରରେ ସେ ଏଲିଅନଙ୍କ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ପ୍ରଶ୍ନ କରିଥିଲେ ଯେ, ହିନ୍ଦୁ ଓ ମୁସଲମାନ ବୋଲି କେଉଁଠାରେ ଷ୍ଟାମ୍ପ ମରାଯାଇଛି । ପ୍ରକୃତରେ କାହାର ଶରୀରରେ ଏପରି କୌଣସି ଷ୍ଟାମ୍ପ ନଥାଏ କି ଏହି ନୀରିହ ଶିଶୁଙ୍କ ଶରୀରରେ ମଧ୍ୟ ସେପରି କୌଣସି ଚିହ୍ନ ନାହିଁ ।

ସାଙ୍ଗାନେରୀ ଗେଟ୍ ସ୍ଥିତ ମହିଳା ଡାକ୍ତରଖାନାର ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ନିରୀହ ଲୋକଙ୍କ ଧର୍ମ କ’ଣ ହେବ ବୋଲି ପ୍ରଶ୍ନ ଉଠିଛି । ଘାଟଗେଟ୍ ବାସିନ୍ଦା ରେଶମା ଏବଂ କରୌଲି ବାସିନ୍ଦା ନିଶାଙ୍କର ସେଠାରେ ଡେଲୀଭରୀ ହୋଇଥିଲା । ଦୁହିଁଙ୍କର ପୁଅ ହୋଇଥିବା ବେଳେ ମେଡିକାଲରେ ଭୁଲ ଟ୍ୟାଗ୍ ଲଗାଇବା ଯୋଗୁଁ ଶିଶୁ ଅଦଳବଦଳ ହୋଇଛନ୍ତି । ୩ ଦିନ ପରେ ଭୁଲ୍ ଜଣାପଡିବା ପରେ ଶିଶୁଙ୍କ ପରିବାର ଲୋକେ ଏହାର ସୂଚନା ଦେଇଥିଲେ । ଏବେ ଡିଏନଏ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.