fbpx

୨ ଦିନ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ଯୁବକ, ଉଡ଼ି ଉଡ଼ି ପହଞ୍ଚିଗଲେ ୩୦୦ କିମି ଦୂର

ଜଣେ ବ୍ୟକ୍ତି ଏକ ହାଇଡ୍ରୋଜେନ୍ ବେଲୁନ୍ ରେ ୨ ଦିନ ଧରି ଫସି ରହିଥିଲେ । ତାହାବି ପୁଣି ମଝି ଆକାଶରେ ଏବଂ ଶହ ଶହ କିଲୋମିଟର ଉଡ଼ିଚାଲିଥିଲେ । ମାମଲା ଚୀନର ହେଲଙ୍ଗଜିଆଙ୍ଗ ପ୍ରାନ୍ତର ।

ପ୍ରକୃତରେ ହୁ ୟୋଙ୍ଗଶୁ ନାମକ ଜଣେ ବ୍ୟକ୍ତି ନିଜ ସାଥୀ ସହ ଚୀଡ଼ ଗଛର ଡାଳ ହାଣିବାକୁ ଯାଇଥିଲେ । ଗଛର ଉଚ୍ଚତା ବହୁତ ଅଧିକ ହେବା କାରଣରୁ ୟୋଗେଶୁ ହାଇଡ୍ରୋଜେନ୍ ବେଲୁନ୍ ସାହାଯ୍ୟ ନେଇଥିଲେ । କିନ୍ତୁ ଏହାରି ମଧ୍ୟରେ ସେ ବେଲୁନ୍ ଉପରୁ ନିୟନ୍ତ୍ରଣ ହରାଇଦେଇଥିଲେ ।

ସ୍ଥିତିକୁ ନଜରେ ରଖି ତାଙ୍କ ସହଯୋଗୀ ତ’ ବେଲୁନରୁ ଡେଇଁପଡ଼ିଥିଲେ କିନ୍ତୁ, ୟୋଗେଶୁ ସେହିଥିରେ ଫସି ରହିଥିଲେ । ହାଇଡ୍ରୋଜେନ୍ ବେଲୁନ୍ ରେ ଉଡ଼ିଚାଲିଥିଲେ ଏବଂ ୟୋଙ୍ଗଶୁ ବେଲୁନ୍ ସହ ସେହିଭଳି ଭାବରେ ଉଡ଼ିଚାଲିଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ସେ ଦୁଇ ଦିନ ପର୍ଯ୍ୟନ୍ତ ବେଲୁନ୍ ରେ ଫସି ରହିଥିଲେ ଏବଂ ଉଡ଼ି-ଉଡ଼ି ୩୨୧ କିମି ଦୂର ପହଞ୍ଚିଯାଇଥିଲେ ।

ଚୀନ ମିଡିଆ ଅନୂଯାୟୀ, ଏହି ସମୟରେ ୟୋଗଶୁଙ୍କ ପାଇର୍ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା । ପୋଲିସ ୟୋଗଶୁଙ୍କ ସହ ଯୋଗଯୋଗ କରିଥିଲା ଏବଂ ତାଙ୍କୁ ଫୋନ୍ ରେ ନିର୍ଦ୍ଦେଶ ଦେଇଥିଲା ଯେ ବେଲୁନ୍ କୁ କିପରି ସୁରକ୍ଷିତ ତଳକୁ ଅଣାଯିବ । ପୋଲିସର ନିର୍ଦ୍ଦେଶକୁ ପାଳନ କରି ୟୋଙ୍ଗଶୁ ଏକ ଜଙ୍ଗଲୀ ଇଲାକାରେ ସଫଳତାପୂର୍ବକ ଓହ୍ଲାଇଥିଲେ । କିନ୍ତୁ ଏହାପରେ ମଧ୍ୟ ରେସ୍କ୍ୟୁ ଟିମ୍ ୟୋଙ୍ଗସୁଙ୍କ ତଲାଶ କରିଥିଲା । କାରଣ ତାଙ୍କ ଫୋନର ଲୋକେଶନ ଟ୍ରେସ ହୋଇପାରୁନଥିଲା । ଅବଶ୍ୟ, ୬ ସେପ୍ଟେମ୍ବରରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.