fbpx

ED Raids: ଟଙ୍କା ବଣ୍ଡଲରେ ଶୋଉଥିଲେ ବ୍ୟବସାୟୀ ; ଘରୁ ଜବତ ହେଲା ୧୭.୩୨ କୋଟି ଟଙ୍କା

ପଶ୍ଚିମବଙ୍ଗ: ଇଡି କବ୍ଜାରେ ପଶ୍ଚିମବଙ୍ଗ । ପୁଣି ସିଜ କରିଲା ପୁଳା ପୁଳା ଟଙ୍କା । କୋଲକାତା ଇଡି ରେଡ କରି ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରିଛି। ଏହି କାର୍ଯ୍ୟ ଜଣେ ବ୍ୟବସାୟୀଙ୍କ ଘରେ ରେଡ ହୋଇଥିଲା । ଇଡି ଅଧିକାରୀଙ୍କ ଅନୁଯାୟୀ ବ୍ୟବସାୟୀଙ୍କ ଘରୁ ୧୭ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମନି ଲଣ୍ଡରିଂ ଯାଞ୍ଚର ଏକ ଅଂଶ ଭାବରେ କୋଲକାତା ସ୍ଥିତ ମୋବାଇଲ୍ ଗେମିଂ ଆପ୍ କମ୍ପାନୀର ପ୍ରମୋଟରଙ୍କ ଉପରେ ଚଢ଼ାଉ କରିବା ପରେ ଶନିବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୧୭.୩୨ କୋଟି ଟଙ୍କା ଜବତ କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଛି।

ଏଜେନ୍ସି ଅନୁଯାୟୀ, ବର୍ତ୍ତମାନ ଏହି ମାମଲାରେ ଆପ୍ ପ୍ରୋମୋଟର୍ସର ରାଜନୈତିକ ଲିଙ୍କ୍ ଅନୁଧ୍ୟାନ କରୁଛି। ଏଥି ସହିତ, ଏହି ନଗଦ କାହାଠାରୁ ଲୁଟ୍ ହୋଇଛି ତାହା ମଧ୍ୟ ଖୋଜୁଛି । ଅନୁସନ୍ଧାନରେ ଇଡି ଟଙ୍କା ବଣ୍ଡଲ ଜବତ କରିଛି। ତେବେ ଏଥିରେ ୫୦୦ ଟଙ୍କା ,୨୦୦୦ ଟଙ୍କା ଏବଂ ୧୦୦ ଟଙ୍କିଆ ନୋଟ ବଣ୍ଡଲ ମିଳିଛି।କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ଇଡି ଏହି ପଦକ୍ଷେପ ନେଇଛି। ଏହି ମାମଲାରେ ଅଭିଯୁକ୍ତ ଆମୀର ଖାନଙ୍କୁ ଅନୁସନ୍ଧାନକାରୀ ସଂସ୍ଥା ଖୋଜୁଛି।। ନୋଟ୍ ଗଣିବା ପାଇଁ ଏଜେନ୍ସି ଅଧିକାରୀମାନେ ୮ ଟି ମେସିନ୍ ଲଗେଇଥିଲେ । ଇଡି ଏକ ବିବୃତ୍ତିରେ କହିଛି ଯେ ‘ଇ-ନଗେଟସ୍’ ଗେମିଂ ଆପର ପ୍ରମୋଟର ଆମିର ଖାନ ଏବଂ ଅନ୍ୟମାନଙ୍କ ବିରୋଧରେବି ଚଢ଼ାଉ କରାଯାଇଛି।

Get real time updates directly on you device, subscribe now.