ରାତିରେ ଶୋଇବା ପୂର୍ବରୁ କେବେବି କରନ୍ତୁ ନାହିଁ ଏହି କାମ: ନହେଲେ ଖରାପ ହୋଇପାରେ ଆପଣଙ୍କ ସ୍କିନ୍

ଚେହେରାର ଯତ୍ନ ନେବା ଖୁବ୍ ଜରୁରୀ ହୋଇଥାଏ । ନହେଲେ ଆପଣ ବୟସ ପୂର୍ବରୁ ବୁଢ଼ା ହେବା ଭଳି ଦେଖ।।ଯା’ନ୍ତି । ଶୋଇବା ପୂର୍ବରୁ ଅନେକ ଲୋକ କିଛି ନା’ କିଛି ଭୁଲ୍ କରିଥାନ୍ତି । ଯାହା ସ୍କିନ୍ ପାଇଁ ଭଲ ନୁହେଁ, ବରଂ ଏହାଦ୍ୱାରା ତ୍ୱଚା ଖରାପ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ସ୍କିନ ପାଇଁ କ’ଣ କରିବା ଦରକାର ।

ବେଡରେ ଫୋନ୍ ବ୍ୟବହାର କରନ୍ତୁ ନାହିଁ: ଯଦି ଆଣ ବେଡ୍ ରେ ଫୋନ୍ ର ବ୍ୟବହାର କରୁଛନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାନ୍ତୁ । ଫୋନରେ ଅନେକ ବ୍ୟାକ୍ଟେରିଆ ରହିଥାନ୍ତି । ଯାହା ଆପଣଙ୍କ କାନ ଏବଂ ଚେହେରା ଦ୍ୱାରା ଟ୍ରାନ୍ସଫର ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ତ୍ୱଚା ଖରା ହୋଇପାରେ ।

ଅନିଦ୍ରା ରହିବା

ଅନିଦ୍ରା ରହିବା ଦ୍ୱାରା ସ୍କିନ୍ ଖରାପ ହୋଇଥାଏ । କାରଣ ଯଦି ଆପଣ ଠିକ୍ ଭାବରେ ଶୋଉନାହାଁନ୍ତି ତେବେ ଏହା ଆପଣଙ୍କ ଚେହେରାରେ ନଜର ଆସିଥାଏ । ଏହାସହ ଆପଣଙ୍କ ମୁହଁରେ ଦାଗ ଏବଂ ବ୍ରଣ ଦେଖାଯାଇଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଦ୍ୱାରା ସ୍କିନରେ ତାହାର ପ୍ରଭାବ ପଡ଼ିଥାଏ । ଏକ ରିସର୍ଚ୍ଚ ଅନୂଯାୟୀ ପ୍ରତିଦିନ ଅନ୍ତତଃ ୭-୮ ଘଣ୍ଟା ଶୋଇବା ଦରକାର ।

ପେଟ ମାଡ଼ି ଶୋଇବା

ପେଟ ମାଡ଼ି ଶୋଇବା ମଧ୍ୟ ଆପଣଙ୍କ ସ୍କିନ୍ ପାଇଁ ଠିକ୍ ନୁହେଁ କାରଣ ଏମିତିରେ ଆପଣଙ୍କ ଚେହେରା ତକିଆ ସଂସ୍ପର୍ଶରେ ଆସିଥାଏ ଏବଂ ସ୍କିନରେ ଚାପ ପଡ଼ିଥାଏ । ଏହାଦ୍ୱାରା ଆପଣଙ୍କ ଚେହେରାରେ ଗାର ଟାଣି ହୋଇଯାଏ । ହେଲ୍ଥ ଏକ୍ସପର୍ଟ ମଧ୍ୟ ପେଟମାଡ଼ି ଶୋଇବାକୁ ମନା କରିଥାନ୍ତି ।

ଶୋଇବା ପୂର୍ବରୁ ଆପଣ ଚେହେରା ଧୋଇପାରିବେ । ଯଦି ଆପଣ ମେକଅପ୍ କରିଛନ୍ତି ତେବେ ଏହାକୁ ସଫା କରି ଶୁଅନ୍ତୁ । କାରଣ ଆପଣଙ୍କ ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।