fbpx

Airtel ର ୪ ଶସ୍ତା ପ୍ଲାନ୍: ପୂରା ଏକ ମାସ ଚାଲିବ ରିଚାର୍ଜ…

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଙ୍କ ପୋର୍ଟଫୋଲିଓରେ ଏକ ମାସ ଏବଂ ୩୦ ଦିନ ଭାଲିଡିଟି ଥିବା ରିଚାର୍ଜ ପ୍ଲାନ୍ସ ମିଳିଥାଏ । ଟ୍ରାଇର ଆଦେଶ ପରେ କମ୍ପାନୀ ଏହି ପ୍ଲାନ୍ ଯୋଡ଼ିଛି । ଯେଉଁଠାରେ ପୂର୍ବରୁ ୨୮ ଦିନ କିମ୍ବା ୨୨ ଦିନ ବୈଧତାର ପ୍ଲାନ୍ ଆଣୁଥିଲେ । ଏବେ ଆପଣଙ୍କୁ ଏକ ମାସର ବୈଧତା ଥିବା ପ୍ଲାନ୍ ମିଳିବ ।

Airtel ର ପୋର୍ଟଫୋଲିଓରେ ଏଭଳି ୪ ପ୍ଲାନ ଅଛି । ଯାହା ଗୋଟିଏ ମାସ ଏବଂ ୩୦ ଦିନ ବୈଧତା ସହ ଆସିଥାଏ । ଯଦି ଆପଣ କମ୍ ଦାମରେ ଗୋଟିଏ ମାସ ପର୍ଯ୍ୟନ୍ତ ସିମ୍ କାର୍ଡକୁ ଆକ୍ଟିଭ ରଖିବା ପାଇଁ ଚାହୁଛନ୍ତି । ତେବେ ଏହି ପ୍ଲାନ୍ କୁ ନେଇପାରିବେ ।

ଆମେ ଏହିଭଳି ୪ ପ୍ଲାନ୍ସ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣଙ୍କୁ ୩୦ ଦିନ କିମ୍ବା ପୁଣି ଏକ ମାସର ବୈଧତା ମିଳିଥାଏ । ଏହି ସବୁ ପ୍ଲାନ୍ ୧୫୦ ଟଙ୍କାରୁ କମ୍ ରହିଛି ।

Airtel ର ୧୦୯ ଏବଂ ୧୧ ପ୍ଲାନ୍:

୩୦ ଦିନର ବୈଧତା ସହ ମିଳୁଥିବା ଏହି ରିଚାର୍ଜ ପ୍ଲାନ୍ ୧୦୯ ଟଙ୍କାରେ ଆସିଥାଏ । ଏହି ରିଚାର୍ଜରେ ୟୁଜର୍ସଙ୍କୁ ୩୦ ଦିନ ପାଇର୍ ୨୦୦ ଏମବି ଡାଟା ଏବଂ ୯୯ ଟଙ୍କା ଟକଟାଇମ୍ ମିଳିଥାଏ । ଏହି ରିଚାର୍ଜରେ ଆପଣ ୨.୫ ପଇସା ପ୍ରତି ସେକେଣ୍ଡ ହାରରେ କଲ୍ କରିପାରିବେ । ସେହିଭଳି ଲୋକାଲ ଏସଏମଏସ ପାଇଁ ୧ ଟଙ୍କା ଏବଂ ଏସଟିଡି ଏସଏମଏସ ପାଇଁ ୧.୫ ଟଙ୍କା ଚାର୍ଜ କରିବାକୁ ପଡ଼ିବ ।

୧୧୧ ଟଙ୍କା ପ୍ଳାନରେ ମଧ୍ୟ ସମାନ ବେନିଫିଟ୍ ମିଳିବ । ଉଭୟ ପ୍ଲାନରେ କେବଳ ବୈଧତାର ଅନ୍ତର ରହିଛି । ଯେଉଁଠାରେ ୧୦୯ ଟଙ୍କାରେ ଆପଣଙ୍କୁ ୩୦ ଦିନର ବୈଧତା ମଳିଥାଏ । ସେହିଭଳି ୧୧୧ ଟଙ୍କାରେ ଆପଣଙ୍କୁ ଏକ ମାସର ବୈଧତା ମିଳିଥାଏ ।

Airtel ର ୧୨୮ ଏବଂ ୧୩୧ ଟଙ୍କା ପ୍ଲାନ୍

ଏହି ଦୁଇ ପ୍ଲାନରେ ଅପାଣଙ୍କୁ ୨.୫ ପ୍ରତିଶତ ପ୍ରତି ସେକେଣ୍ଡ ରେଟରେ ଲୋକାଲ ଏବଂ ଏସଟିଡି କଲ୍ ମିଳିବ । ସେହିଭଳି ଭିଡିଓ କଲ୍ ପାଇର୍ ଆପଣଙ୍କୁ ୫ ପଇସା ପ୍ରତି ସେକେଣ୍ଡର ଚାର୍ଜ ଦେବାକୁ ପଡ଼ିବ । ଲୋକାଲ ଏସଏମଏସ ୧ ଟଙ୍କା ଏବଂ ଏସଟିଡି ଏସଏମଏସ ପାଇଁ ୧.୫ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଉଭୟ ପ୍ଲାନ୍ ର ବେନିଫିଟ୍ ଏକାଭଳି । କେବଳ ୧୨୮ ଟଙ୍କାର ପ୍ଲାନରେ ଆପଣଙ୍କୁ ୩୦ ଦିନର ବୈଧତା ମିଳିଥାଏ । ଯେତେବେଳେକି ୧୩୧ ଟଙ୍କା ପ୍ଲାନରେ ଏକ ମାସର ବୈଧତା ମିଳିବ ।

 

Get real time updates directly on you device, subscribe now.