fbpx

ଛାତ୍ରୀ ମୃତ, ଉତ୍ତ୍ୟକ୍ତ ହୋଇ ଗାଁ ଲୋକେ ଜାଳିଲେ ଅଟୋ

କେନ୍ଦ୍ରାପଡ଼ା,୭ା୧୨(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗରା ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟି ପଡ଼ିଛି । ସେହି ଦୁର୍ଘଟଣାରେ ସରସ୍ୱତୀ ବିଦ୍ୟା ମନ୍ଦିରର ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଛାତ୍ରୀଙ୍କ ମୃତ୍ୟୁ ସାଙ୍ଗକୁ ଅନ୍ୟ ୩ଜଣ ଆହତ ମଧ୍ୟ ହୋଇଛନ୍ତି । ୩ଜଣ ଆହତ ଛାତ୍ରଛାତ୍ରୀ ପଟ୍ଟାମୁଣ୍ଡାଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ଗରା ରାସ୍ତାରେ ଉତ୍ତେଜନା ଦେଖାଦେଇଛି । ସେହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଗାଁ ଲୋକେ ଅଟୋକୁ ଜାଳିଦେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.