fbpx

‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ସ୍ୱାସ୍ଥ କ୍ଷେତ୍ରରେ ଉନ୍ନତି ଆଣିବାକୁ ‘ମୋ ସରକାର’ ଯୋଜନାରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬ଟି ଜିଲ୍ଲାକୁ ‘ମୋ ସରକାର’ ଟିମ୍ ଗସ୍ତ କରିଥିଲେ । ମୋ ସରକାର ଟିମର ଗସ୍ତ ରିପୋର୍ଟ ଭିତ୍ତିରେ ସହାୟତା ଘୋଷଣା କରାଯାଇଛି । ୬ ଜିଲ୍ଲା ଡାକ୍ତରଖାନାକୁ ୧୫-୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରପଡା, ବଲାଙ୍ଗୀର ଓ ସୋନପୁରର ଡାକ୍ତରଖାନା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବ ଏହି ସହାୟତା ରାଶି । ଏହି ୬ଟି ଜିଲ୍ଲାର ରକ୍ତଦାନର ପ୍ରୋତ୍ସାହନ ପାଇଁ ଏସପିଙ୍କୁ ୧୦-୧୦ ଲକ୍ଷ ଟଙ୍କା ମିଳିବ । ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟ ପାଇଁ ରେଷ୍ଟସେଡ୍ ନିର୍ମାଣ ହେବ ।

ତେବେ ସମ୍ବଲପୁର ଜିଲ୍ଲା ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଅତିରିକ୍ତ ୫୦ଟି ଶର୍ଯ୍ୟାକୁ ଅନୁମୋଦନ ମିଳିଛି । ୫୦ଟି ଅତିରିକ୍ତ ଶର୍ଯ୍ୟା ସହ କାଜୁଆଲିଟି, ବର୍ହିର୍ବିଭାଗ କୋଠା ନିର୍ମାଣ ହେବ । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା’ ଗୃହ ନିର୍ମାଣ ହେବ । ସଦର ମହକୁମା ହସ୍ପିଟାଲରେ ରୋଗୀ ପରୀକ୍ଷା ପାଇଁ ବ୍ୟବସ୍ଥା ହେବ । ଲାବ୍ରୋଟୋରୀ ଉନ୍ନତିକରଣ, ଡାଏଲେସିସ୍ ୟୁନିଟ୍, ଆଇସିୟୁ ମଧ୍ୟ ପ୍ରତିଷ୍ଠା କରାଯିବ ।

ବୁର୍ଲା ଭୀମସାରରେ ଏକ ସାଟେଲାଇଟ୍ ସେଣ୍ଟର ଭାବେ ବିକଶିତ କରାଯିବ ।

ଦେବଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଶର୍ଯ୍ୟା ୬୦ରୁ ୨୦୦ କୁ ବୃଦ୍ଧି କରାଯିବ ।

ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଶର୍ଯ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବ ।

କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ହସ୍ପିଟାଲ ଶର୍ଯ୍ୟା ୧୭୫ରୁ ୨୦୦କୁ ବୃଦ୍ଧି ହେବ ।

ସୋନପୁର ଜିଲ୍ଲାର ସଦର ମହକୁମା ହସ୍ପିଟାଲ ମାସେ ସୁଦ୍ଧା ନିର୍ମାଣ ଆରମ୍ଭ ହେବ ।

Get real time updates directly on you device, subscribe now.