fbpx

ବାରବାଟୀର ପ୍ରତି ଗ୍ୟାଲେରିରେ ଖୋଲିବ ହେଲ୍ପ ଡେସ୍କ: ପୋଲିସ କମିଶନର

କଟକ, ୭ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ବାରବାଟୀ ଷ୍ଟାଡ଼ିଅମରେ ସୁରକ୍ଷାର ସମୀକ୍ଷା କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମୀକ୍ଷା କରିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ହକି ବିଶ୍ୱକପ ଭଳି ଏଠାରେ ସୁରକ୍ଷା ହୋଇଛି ବୋଲ ସେ କହିଛନ୍ତି । ସେହି ବୈଠକରେ ଡିଜିପି ପୋଲିସ କମିସନର ଓ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ସୁରକ୍ଷା ନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ବାରବାଟୀର ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲିବ ବୋଲି ସେ କହିଛନ୍ତି । ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ତଳ ବାଲିଯାତ୍ରା ପଡ଼ିଆରେ ଫ୍ୟାନ ଜୋନ୍ ହେବ ପୋଲି ପୋଲିସ କମିସନର କହିଛନ୍ତି ।

Get real time updates directly on you device, subscribe now.