fbpx

ପ୍ରି ୱେଡିଂ ମାନିଆ, ଏପରି ଫଟୋ ଶୁଟ୍ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି । ଏବେ କିନ୍ତୁ ବିବାହ ପୂର୍ବର ସେହି ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀମାନେ ବେଶୀ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ଆଜିକା ସମୟରେ ପ୍ରି ୱେଡିଂ ଫଟୋ ଶୁଟ୍ କୁହାଯାଉଛି । ନିକଟରେ କେରଳର ଜଣେ ଦମ୍ପତି ଏମିତି ଏକ ପ୍ରି ୱେଡିଂ ଫଟୋ ଶୁଟ୍ କରିଛନ୍ତି ଯାହା କେବେ ହୋଇ ନ ଥିଲା ବୋଲି କୁହାଯାଇଛି । କେରଳର ଯୁବକ ଯୋଶେ ଓ ଆମେରିକାରେ ନର୍ସ ଥିବା ଅନିଶା ନିକଟରେ ପ୍ରି ୱେଡିଂ ଫଟୋ ଶୁଟ୍ କରିଥିଲେ । ଆଉ ଏଥିପାଇଁ ସେ ଥିମ୍ ନେଇଥିଲେ କାଦୁଅ ।

କାଦୁଅରେ ପସି ଏମାନେ ଯେଉଁ ଫଟୋ ଶୁଟ୍ କରିଥିଲେ ତାହା ଏବେ ସୋସିଅ ।ଲ ମିଡିଅ ।ରେ ଅପଲୋଡ ହେବାପରେ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହାକୁ ବହୁତ ଲାଇକ୍ ମିଳିସାରିଥିବା ବେଳେ ଅଧିକ ଥର ଶେୟାର ମଧ୍ୟ ହୋଇ ସାରିଲାଣି । ଏହାକୁ ଶୁଟ୍ କରିଥିବା କମ୍ପାନୀ ବିନୁ ସିନ୍ସ ୱେଡିଂ କୁହେ ଏହା ସମ୍ପୂର୍ଣ୍ଣ ନୂଅ। ଥିମ୍ । ଏପର୍ଯ୍ୟନ୍ତ ଏମିତି ଥିମରେ ସେ କାମ କରି ନାହାଁନ୍ତି । ହେଲେ ଏହା ଲୋକଙ୍କୁ ବେଶ୍ ପସନ୍ଦ ଅ।ସୁଛି ବୋଲି କମ୍ପାନୀ କହିଛି ।

Get real time updates directly on you device, subscribe now.