ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିଥିବା ଯୁବକଙ୍କୁ ମିଳିଲା ଏପରି ଦଣ୍ଡ, ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରୀ ଯିବ

News across the Earth, news close to your heart, Read Odisha Bhaskar English

ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିଥିବା ଜଣେ ଯୁବକଙ୍କୁ ମିଳିଛି ଭୟାନକ ଦଣ୍ଡ । ଇଣ୍ଡୋନେସିଆର ଏହି ଯୁବକଙ୍କୁ ଚାବୁକ ସାହାର୍ଯ୍ୟରେ ମାଡ ମରାଯାଇଛି । ଚାବୁକରେ ମାଡ ଖାଇ ବେହୋସ ହୋଇଥିବା ଯୁବକର ହୋସ ଆସିବା ପରେ ପୁଣି ମାଡ ଆରମ୍ଭ ହୋଇଥିଲା ।

ଯୁବକର ଅବସ୍ଥା ଗୁରୁତର ହେବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁନିଆରେ ଏପରି ଦଣ୍ଡ ଦେବାର କେବଳ ଆଲୋଚନା ହୋଇଥାଏ, କିନ୍ତୁ ଏହାକୁ ବାସ୍ତବରେ ପ୍ରମାଣିତ କରିଛି ଏହି ଦେଶ । ଇଣ୍ଡୋନେସିଆରେ ଏହାକୁ ସାଧାରଣ ଦଣ୍ଡ ଭାବେ ଗଣାଯାଏ । ଏଠାରେ ଜୁଆ ଖେଳିବା, ମଦ ପିଇବା, ଗେ ବା ସମଲିଙ୍ଗୀ ଓ ପ୍ରି- ମୈରିଟେଲ ସେକ୍ସକୁ ଅପରାଧ କୁହାଯାଏ ।

 

ଦୁନିଆର ସବୁଠାରୁ ବଡ ମୁସଲିମ୍ ବହୁଳ ଦେଶ ଇଣ୍ଡୋନେସିଆରେ ଧାର୍ମିକ କାନୁନ୍ ଲାଗୁ ହୋଇଥାଏ । ଏହି ପ୍ରି-ମୈରିଟେଲ ସମ୍ବନ୍ଧ ପାଇଁ ଗତ ଗୁରୁବାର ଦିନ ୨୨ ବର୍ଷିୟା ଯୁବକ ଜଣଙ୍କୁ ୧୦୦ ଥର ଚାବୁକରେ ପ୍ରହାର କରାଯାଇଥିଲା । ବେହୋସ୍ ହେବା ପରେ ଯୁବକଙ୍କୁ ମେଡିକାଲ ନିଆଯାଇଥିଲା । ହୋସକୁ ଆସିବା ପରେ ପୁଣି ଥରେ ଯୁବକଙ୍କୁ ପ୍ରହାର କରାଯାଇଥିଲା । ଯୁବକଙ୍କ ସମେତ ସମ୍ପୃକ୍ତ ଯୁବତୀଙ୍କୁ ମଧ୍ୟ ୧୦୦ ଚାବୁକରେ ପ୍ରହାର କରାଯାଇଥିଲା । ଯୁବକଙ୍କୁ ପ୍ରହାର ହେଉଥିବ ବେଳେ ଉପସ୍ଥିତ ଥିବା ୫୦୦ ରୁ ଅଧିକ ଲୋକେ ‘ଜୋରରେ ମାର’ ବୋଲି ଚିଲ୍ଲାଉଥିଲେ ।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହି ପ୍ରଥାକୁ ବନ୍ଦ କରିବାକୁ ଘୋଷଣା କରିଥିଲେ । କିନ୍ତୁ ମୁସଲିମ ବହୁଳ ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଚଳନ ହେଉଛି ।

Get real time updates directly on you device, subscribe now.