ଟୋକିଓ : ଜାପାନରେ ପ୍ରକୃତି ତାର ତାଣ୍ଡବ ରଚିଛି । ସୁପର ଟାଇଫୁନ ନାନମାଡୋଲ୍ ଜାପାନର ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଦକ୍ଷିଣ-ପଶ୍ଚିମ ଜାପାନରେ ଏହି ତାଣ୍ଡବ ପ୍ରଳୟ ରିଚିଛି । ବାତ୍ୟା ନେଇ ଜାପାନ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଥିଲା ।
ଏଭଳି ସୁପର ଟାଇଫୁନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଥିରେ ୯୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟୁତ ସରବରାହ ଓ ଟେଲିଫୋନ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସମୁଦ୍ରରୁ ଉଚ୍ଚ ଜୁଆର ଆସି ସବୁଆଡ଼େ ଜଳମଗ୍ନ ହୋଇଯାଇଛି ।
ଟ୍ରେନ୍ ଓ ବିମାନ ଚଳାଚଳ ବାତିଲ କରି ଦିଆଯାଇଛି । ୨୩୪ କିମି ବେଗରେ ପବନ ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ପବନ ସହ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ରକରାଯାଇଛି । ଜୁଆର ଯୋଗୁ ବିଭିନ୍ନ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।