fbpx

କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କୁ ଦୁଇଗୁଣା ଦରମା

ଚଣ୍ଡିଗଡ,୧୦ ।୪: ଯେଉଁ ସମୟରେ ରାଜ୍ୟ ସରକାର ବତନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ସେତେବେଳେ ହରିୟାଣା ସରକାର ଫ୍ରଣ୍ଟଲାଇନ୍ ମେଡିକାଲ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି । ହରିୟାଣାରେ କୋଭିଡ୍ ମେଡିକାଲରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦରମା ଦ୍ୱିଗୁଣିତ ଦରମା ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଏଥିରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ଓ ହେଲପର ସାମିଲ ଅଛନ୍ତି ।

ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟର ପ୍ରତ୍ୟେକ ଭାରତୀୟ କରୋନା ସହ ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସାଲ୍ୟୁଟ୍ କରିଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗୁରୁବାର ଦିନ ଭିଡିଓ କନଫରେନ୍ସଂ ଜରିଆରେ ମେଡିକାଲ ଭ୍ରାତୃଭାବକୁ ସମ୍ବୋଧିନ କରିଛନ୍ତି ।

Get real time updates directly on you device, subscribe now.