fbpx

(Video) Love Storyକୁ ମାତଦେଲା ଦବଙ୍ଗ ଷ୍ଟାଇଲ: ପ୍ଲିଜ୍ ମୋ ଧନକୁ ଛାଡ଼ିଦିଅ, ମୋତେ ମୋ ଧନଠାରୁ ଅଲଗା କରନି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ସେ ମୋ ଜୀବନ । ତାକୁ ମୋ ଠାରୁ ଅଲଗା କରନି । ମୁଁ ତା’ ବିନା ବଞ୍ଚି ପାରିବିନି ।’ ଏଭଳି ଭାବେ କାକୁତି ମିନତୀ ହୋଇ ନେହୁରା ହେଉଥିଲା ପ୍ରେମିକା । ପ୍ରେମୀଯୁଗଳଙ୍କୁ ଟାଣି ଟାଣି ଅଲଗା କରାଯାଉଥିବା ବେଳେ ଶୁଣାଯାଉଥିଲା ଏଭଳି କରୁଣ ସ୍ୱର । ଦୁଇଟା ଶରୀର ଅଲଗା ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅତୁଟ ଭଲ ପାଇବା ରହିଥିଲା । ସେମାନଙ୍କର ଯେ ମନ ଆଉ ଆତ୍ମା ଯେ ଗୋଟିଏ ତାହା ଏହି ଭିଡିଓରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ।

ପିପିଲିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପ୍ରେମ କରି ପ୍ରେମିକ ସହିତ ବିବାହ କରିବାକୁ ଘରୁ ପଳାଇ ଆସିଥିଲା ଝିଅଟି । ମାତ୍ର ପରେ ଝିଅର ଘର ଲୋକେ ଏହା ଜାଣିବା ପରେ ପ୍ରେମିକ ଘରୁ ଝିଅକୁ ଫିଲ୍ମ ଷ୍ଟାଇଲି ରେ ଉଠାଇ ନେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାର ଲାଗିଛି ଘଟଣାଟି ପିପିଲି ବାଲିପୋଖରୀ ଅଞ୍ଚଳର ବୋଲି ଜଣା ପଡିଛି ।

ଖବର ମୁତାବକ, ଝିଅ ଘର ବ୍ରାହ୍ମଣ ଘର ଓ ପୁଅ ଦଳିତ ଘର ବୋଲି ସେମାନଙ୍କୁ କେହି ସହଜରେ ଗ୍ରହଣ କରି ପାରିନଥିଲେ । ଝିଅଟି ପୁଅ ଘରକୁ ତା’ ସ୍ୱଇଛାରେ ଆସିଥିଲା । ମାତ୍ର ଝିଅ ଘରଲୋକେ ତାକୁ ଜୋର ଜବରଦସ୍ତ ଫିଲ୍ମ ଷ୍ଟାଇଲରେ ଉଠାଇ ନେଇଥିଲେ । ଏହି ସମୟରେ ପ୍ରେମିକାର ବିକଳ ସ୍ୱର ସାମ୍ନାକୁ ଆସିଥିଲା । ସେ ଯେତେ ନେହୁରା ହୋଇଥିଲେ ହେଁ ତା’ର ସେ ଡାକ କେହି ଶୁଣିନଥିଲେ । ଏ ବାବଦରେ ଥାନାରେ କୌଣସି ମାମଲା ହୋଇନାହିଁ ବୋଲି ବଳଙ୍ଗା ଥାନା ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.