fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ପାଳି: ବ୍ୟାଟିଂ ବିପର୍ଯ୍ୟୟ ପରେ ବି ୨୦୯ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ହିଁ ଭାରତକୁ ଲାଗିଛି ଶକ୍ତ ଝଟକା । ପୁଣିଥରେ ଫେଲ ମାରିଛି ଟିମ ଇଣ୍ଡିଆର ଟପ୍ ଅର୍ଡର । ଏହାପରେ ବି ହାର ମାନିନି ଟିମ ଇଣ୍ଡିଆ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ କମାଲ ଦେଖାଇଛନ୍ତି । ଦମଦାର ବ୍ୟାଟିଂ ବଳରେ ଟିମକୁ ୨୦୮ ରନରେ ପହଞ୍ଚାଇଛନ୍ତି । ଏବେ ଅଷ୍ଟ୍ରେଲଲିଆକୁ ବିଜୟ ପାଇଁ ୨୦୯ ରନର ଟାର୍ଗେଟ ଦେଇଛି ମେନ ଇନ ବ୍ଲୁ ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଉପଅଧିନାୟକ କେ.ଏଲ ରାହୁଲ ଓପନିଙ୍ଗ କରିଥିଲେ । କିନ୍ତୁ ଏହା ସମ୍ପୂର୍ଣ୍ଣ ଫେଲ ମାରିଛି । ତୃତୀୟ ଓଭରରେ ହିଁ ୯ ବଲରୁ ୧୧ ରନ କରି ୱିକେଟ ହରାଇଥିଲେ ରୋହିତ । ଏହାପରେ ବିରାଟଙ୍କୁ ହରାଇ ଭାରତର ଟପ୍ ଅର୍ଡର ଭାଙ୍ଗି ଯାଇଥିଲା । କିନ୍ତୁ କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଦଳର ସନ୍ତୁଳନକୁ ରକ୍ଷା କରିଥିଲେ । ୬୮ ରନର ଏକ ଜବରଦସ୍ତ ପାର୍ଟନରସିପ ପରେ ରାହୁଲ ପାଭିଲିୟନ ଫେରିଯାଇଥିଲେ । ଏହାପରେ ସୂର୍ଯ୍ୟକୁମାର ମଧ୍ୟ ପାଣ୍ଡ୍ୟାଙ୍କ ହାତ ଛାଡି ଦେଇଥିଲେ । ତେବେ ହାର୍ଦ୍ଦିକ ଶୋ’ ଏବେ ବି ବାକି ରହିଥିଲା ।

ଗୋଟିଏ ପଟେ ୱିକେଟର ଝଡି ଲାଗିଥିବା ବେଳେ ହାର୍ଦ୍ଦିକ ନିଜ ପାୱାର ଦେଖାଇଛନ୍ତି । ୩୦ ବଲରୁ ୭୧ ରନର ଏକ ଧୂଆଁଧାର ପାଳି ଖେଳିଛନ୍ତି କୁମ୍ଫୁ ପାଣ୍ଡ୍ୟା । ତାଙ୍କର ଏହି ବିସ୍ଫୋରକ ଇନିଂସରେ ୭ଟି ଚୌକା ସହ ୫ଟି ବିଶାଳ ଛକା ଲଗାଇଥିଲେ ପାଣ୍ଡ୍ୟା । ଯାହା ଫଳରେ ଅଷ୍ଟ୍ରେଲିଆକୁ ମିଳିଛି ୨୦୯ ରନର ଟାର୍ଗେଟ । ଭାରତର ଇନିଂସରେ ପାଣ୍ଡ୍ୟାଙ୍କ ବ୍ୟତୀତ କେ.ଏଲ ରାହୁଲ ୫୫ ଏବଂ ସୂର୍ଯ୍ୟକୁମାର ୪୬ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି ।

Get real time updates directly on you device, subscribe now.