fbpx

Artificial Intelligence ଭାରତର ଶିକ୍ଷା କ୍ଷେତ୍ରର ଚ୍ୟାଲେଞ୍ଜକୁ ସମାଧାନ କରିପାରିବ: UNESCO Report

ନୂଆଦିଲ୍ଲୀ: ପ୍ରତ୍ୟେକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସମସ୍ୟା ରହିଥାଏ । ଭାରତରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପରିବେଶ, ପ୍ରଯୁକ୍ତି ବିଦ୍ୟା, ମହାକାଶ, କୃଷି ଆଦି କ୍ଷେତ୍ରରେ ଅନେକ ସମସ୍ୟା ରହିଛି । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଭାରତର ଶିକ୍ଷା କ୍ଷେତ୍ରର ଚ୍ୟାଲେଞ୍ଜକୁ ସମାଧାନ କରାଯାଇ ପାରିବ । ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ଅନୁଷ୍ଠାନ (ୟୁନେସ୍କା) ପକ୍ଷରୁ ଜାରି ଏକ ରିପୋର୍ଟରେ ଏଭଳି କୁହାଯାଇଛି ।

ଉକ୍ତ ରିପୋର୍ଟ ମୁତାବକ, ଏଆଇ ଭାରତର ଶିକ୍ଷା କ୍ଷେତ୍ରର ଚ୍ୟାଲେଞ୍ଜକୁ ସମାଧାନ କରିବାରେ ସକ୍ଷମ ହୋଇପାରିବ । କାରଣ ସାମାଜିକ-ଆର୍ଥିକ ଅସମାଧାନତାକୁ ହ୍ରାସ କରିବା କ୍ଷେତ୍ରରେ ଏଆଇ ଏକ ବିଶେଷ ଭୂମିକା ନିଭାଇ ପାରିବ । ସ୍କୁଲ ମ୍ୟାନେଜମେଣ୍ଟ ପ୍ରଣାଳୀରେ ଟେକ୍ନୋଲୋଜିର ଉପଯୋଗ କରାଯିବା ନେଇ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଏଆଇ-ଆଧାରିତ ଟେକ୍ନୋଲୋଜି ମାଧ୍ୟମରେ ଛବିକୁ ଚିହ୍ନଟ କରିବା ସହ ବଡ଼ ବଡ଼ ଶ୍ରେଣୀ ଗୃହରେ ଗ୍ରେଡିଂ କରିବା ଅପେକ୍ଷାକୃତ ସହଜସାଧ୍ୟ ହେବ ।

ଆସନ୍ତା ୨୦୨୫ ସୁଦ୍ଧା ଭାରତରେ ଏଆଇ ବଜାର ୨୦.୨ ପିସି ଚକ୍ରବୃଦ୍ଧି ବାର୍ଷିକ ବୃଦ୍ଧି ଦର ହିସାବରେ ୭.୮ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବା ଆଶା କରାଯାଉଛି । ଗତ ୨୦୧୮ ପ୍ରାରମ୍ଭରେ ନୀତି ଆୟୋଗ ଏଆଇ ସାକ୍ଷରତାର ମହତ୍ତ୍ୱକୁ ସ୍ୱୀକାର କରିବା ସହ ଏହାକୁ ରାଷ୍ଟ୍ରୀୟ ପ୍ରାଥମିକତା ଦେଇଥିଲା । ଭାରତରେ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଜନସଂଖ୍ୟା, ପରିବହନ ଆଦି କ୍ଷେତ୍ରର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପରିବର୍ତ୍ତନ କରିବାରେ ଏଆଇ ସକ୍ଷମ ହୋଇଛନ୍ତି । ଭାରତରେ ଶିକ୍ଷା ପ୍ରଣାଳୀକୁ ବିକଶିତ ଓ ମଜବୁତ କରିବା ପାଇଁ ଏଆଇକୁ ପ୍ରାଥମିକତା ଦିଆଯାଇଛି ।

Get real time updates directly on you device, subscribe now.