fbpx

ୟୁକ୍ରେନ୍ ଉପରେ ଆକ୍ରମଣ ବୃଦ୍ଧି କରିବ ଋଷ, ଆମ ଚେତାବନୀକୁ ହାଲୁକାରେ ନିଅନ୍ତୁ ନାହିଁ-ପୁଟିନ୍‌

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୁଣି ଆକ୍ରାତ୍ମକ ମୁଡ୍‌ରେ ଆସିଛନ୍ତି। ଦେଶରେ ମଧ୍ୟରେ ସେ ସେନାକୁ ତ୍ୱରାନ୍ୱିତ କରିବାକୁ ଆଦେଶ ଦେଇଛନ୍ତି। ଏହା ସହିତ ସେ ପାଶ୍ଚ୍ୟାତ ଦେଶଗୁଡ଼ିକୁ ଧମକ ଦେଇଛନ୍ତି ଯେ, ସେ ତାଙ୍କ କଥାକୁ ହାଲୁକାରେ ନିଅନ୍ତୁ ନାହିଁ। ପୁଟିନ୍ କହିଛନ୍ତି ଯେ, ଆମେ ଋଷକୁ ରକ୍ଷା କରିବା ପାଇଁ କିଛି ବି କରିପାରୁ। ତେବେ ବର୍ତ୍ତମାନ ପାଇଁ ପୁଟିନ୍ ୩ଲକ୍ଷ ସୈନ୍ୟଙ୍କୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି।

ଖବର ଅନୁସାରେ ଋଷ ଚାରୋଟି ସ୍ଥାନକୁ ମିଶଇ ଗୋଟିଏ କରିବବାକୁ ପ୍ରସ୍ତୁତ ହେଉଛି। ଏହାକୁ ନଜରରେ ରଖି ରେଫରେଣ୍ଡମ ଯୋଜନା ହେଉଛି। କୁହାଯାଉଛି ଯେ, ଋଷ ଇସାରାରେ ଏହି ରେଫରେଣ୍ଡମ ହେଉଛି। ଏହାପରେ ଋଷ ଏହାକୁ କବଜା କରିପାରେ। ଏହାରି ମଧ୍ୟରେ ପୁଟିନ୍ ଆରୋପ ଲଗାଇଛନ୍ତି ଯେ, ପାଶ୍ଚାତ୍ୟ ଦେଶ ପରମାଣୁ ଆକ୍ରମଣର ଭୟ ଦେଖାଉଛନ୍ତି। ସେ କହିଛନ୍ତି ଯେ ଯେଉଁପରି ଭାବରେ ନାଟୋ ସଦସ୍ୟ ଦେଶମାନେ ପରମାଣୁ ଆକ୍ରମଣ କଥା କହୁଛନ୍ତି, ଏଥିରୁ ଜଣା ପଡୁଛି ଜଣାପଡୁଛି ସେମାନେ ଋଷ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି।

ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ‘ଯେଉଁମାନେ ଋଷ ବିରୋଧରେ ଏପରି ବିବୃତ୍ତି ପ୍ରଚାର କରୁଛନ୍ତି, ସେମାନେ ମନେ ରଖିବା ଉଚିତ୍ ଯେ ନାଟୋ ଦେଶ ସହ ମୁକାବିଲା କରିବା ପାଇଁ ଋଷ ମଧ୍ୟ ପ୍ରସ୍ତୁତ ରହିଛି। ଯେତେବେଳେ ବି ଆମ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ କୌଣସି ବିପଦ ଆସେ, ସେତେବେଳେ ଆମେ ଆମର ପୂର୍ଣ୍ଣ ଶକ୍ତି ବ୍ୟବହାର କରିବୁ। ପୁଟିନ କହିଛନ୍ତି ଯେ ଏହି ଚେତାବନୀକୁ କେହି ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ। ଏହି ସମୟ ମଧ୍ୟରେ ବୁଧବାର ଠାରୁ ପୁଟିନ ସାମରିକ ମୋବାଇଲାଇଜେସନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଧୀନରେ, ଯେଉଁ ନାଗରିକମାନେ କୌଣସି ସାମରିକ ତାଲିମ ନେଇଛନ୍ତି, ସେମାନେ ପ୍ରସ୍ତୁତ ହେବେ।’

Get real time updates directly on you device, subscribe now.