fbpx

SBI YONO App ଆଣିଛି ଜବରଦସ୍ତ ଅଫର: ଶସ୍ତାରେ ଟ୍ରେନ ଟିକେଟ ବୁକ କରିବାର ସୁଯୋଗ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ SBI ଆଣିଛି ଧମାକାଦାର ଅଫର । ଗ୍ରାହକମାନଙ୍କୁ ଶସ୍ତାରେ ଟ୍ରେନ ଟିକେଟ ବୁକିଙ୍ଗ କରିବା ପାଇଁ ନୋଟିଫିକେସନ ପଠାଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ SBI YONO ଆପ ଜରିଆରେ ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ । ଏହି ଆପ ଜରିଆରେ ଟିକେଟ କିଣିବା ଦ୍ୱାରା ପେମେଣ୍ଟ ଗେଟୱେ ଶୁକ୍ଳ ସମ୍ପୂର୍ଣ୍ଣ ଛାଡ ହେବ ବୋଲି ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ।

SBI ପଠାଇଥିବା ନୋଟିଫିକେସନ ଅନୁସାରେ, SBI YONO ଆପ ଜରିଆରେ IRCTC ସାଇଟରେ ଟ୍ରେନ ଟିକେଟ ବୁକ କଲେ ଗ୍ରାହକଙ୍କୁ ଏହି ଅଫର ମିଳିବ । ଟିକେଟ ଉପରେ ଗ୍ରାହକଙ୍କୁ ପେମେଣ୍ଟ ଗେଟୱେ ଶୁକ୍ଳ ଦେବାକୁ ପଡିବ ନାହିଁ ବୋଲି SBI ସୂଚନା ଦେଇଛି । ତେବେ ଅନ୍ୟ ଗେଟୱେ କମ୍ପାନୀ ଏହି ଟିକେଟ ବୁକ କରିବା ସମୟରେ ୩୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି । କିନ୍ତୁ YONO ଆପ୍ ଜରିଆରେ ଆପଣ ଏହାକୁ ବିନା ଶୁକ୍ଳରେ ପାଇପାରିବେ ।

ସମସ୍ତ ବ୍ୟାଙ୍କିଙ୍ଗ ଏବଂ ଟ୍ରାଞ୍ଜାକ୍ସନ ସୁବିଧାଗୁଡିକୁ ଗୋଟିଏ ଆପରେ ଉପଲବ୍ଧ କରାଇବା ପାଇଁ YONO ଆପ୍ ଲଞ୍ଚ କରିଛି । ୨୦୧୭ରେ ଏହି ସବୁ ସୁବିଧା ଆରମ୍ଭ ହୋଇଥିବା ବେଳେ ପରେ ଏଥିରେ କିଛି ଫିଚର ଯୋଡି YONO 2.0 ଲଞ୍ଚ କରାଯାଇଛି । ଏହାଦ୍ୱାରା ଲୋନ ପାଇଁ ଆବେଦନ, ଟ୍ରାଞ୍ଜାକ୍ସନ ଏବଂ ଚେକବୁକ କିମ୍ବା କାର୍ଡ ସହ ଜଡିତ ସେବାଗୁଡିକର ଲାଭ ଉଠାଇପାରିବେ ।

YONO ଆପରେ କିପରି ବୁକ କରିବେ ଟିକେଟ:

• ପ୍ରଥମେ ଏସବିଆଇ ୟୋନୋ ଆପରୁ ବୁକ ଆଣ୍ଡ ଅର୍ଡର ଅପ୍ସନକୁ ଯାଆନ୍ତୁ ।

• ଏଥିରେ ଆଇଆରସିଟିସିରେ କ୍ଲିକ କରି ଲଗ୍ ଇନ କରନ୍ତୁ ।

• ଏହାପରେ ଟିକେଟ ବୁକ କରିବା ପାଇଁ ସମସ୍ତ ଜରୁରୀ ସୂଚନା ଦିଅନ୍ତୁ ।

• ଫର୍ମ ପୂରଣ କରିବା ପରେ କାର୍ଡ/ବ୍ୟାଙ୍କ ଖାତାର ଡିଟେଲ ପୂରଣ କରି ପେମେଣ୍ଟ କରନ୍ତୁ ।

• ଆପରେ ଟିକେଟ ପାଇଁ ପେମେଣ୍ଟ କରିବା ବେଳେ ଆପଣ ଦେଖିପାରିବେ ଏସବିଆଇ ଆପଣଙ୍କ ପାଖରୁ ପେମେଣ୍ଟ ଗେଟେୱେ ଚାର୍ଜ ନେଇ ନାହିଁ ।

Get real time updates directly on you device, subscribe now.