fbpx

ଚୋର ପାଇଁ ମଟନ୍ ଶସ୍ତା: ଛେଳି ବୋଝେଇ କଣ୍ଟେନର ଓଲଟିଲା, ସଙ୍ଗେସଙ୍ଗେ ହୋଇଗଲା ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ଜଣେ ଲୋକ ବିପଦରେ ପଡ଼ିଥିବା ସମୟରେ ଅନ୍ୟମାନେ ତାକୁ ସାହାଯ୍ୟ କରିବା ତ ଦୂରର କଥା, ନିଜର ସ୍ୱାର୍ଥ ପୂରଣ ପାଇଁ କିଛି କରିବାକୁ ପଛାଇ ନଥାନ୍ତି । ଗୋଟିଏ ଛେଳି ବୋଝେଟ ଟ୍ରକ ଓଲଟି ପଡ଼ିବା ପରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବା ବଦଳରେ ଛେଳି ଲୁଟି ନେଇଥିବା ଜଣାପଡ଼ିଛି ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିକଟ ଏକ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଦିନ ୧୨ଟା ସମୟରେ ଏକ ଛେଳି ବୋଝେଇ କଣ୍ଟେନର କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କଣ୍ଟେନରଟି ଛେଳି ଲୋଡ଼ କରି କଟକ ଅଭିମୁଖେ ଯାଉଥିଲା । ତେବେ ଏହି ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ସହିତ ୩ ଜଣ ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା ।

ତେବେ ସବୁଠାରୁ ଦୁଖର କଥା ହେଉଛି, ଗାଡ଼ିରେ ୨ ଶହର ଅଧିକ ଛେଳି ବୋଝେଇ ହୋଇଥିବା ବେଳେ ସେଥିରୁ କିଛି ଉଦ୍ଧାର ହୋଇଥିଲେ । ଦୁର୍ଘଟଣାରେ ୫ଟି ଛେଳି ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଛେଳି ଚୋରାଇ ନେଇଥିବା କୁହାଯାଉଛି । ଫଳରେ ଲୁଟ ହୋଇଥିବା ୫୦ଟି ଛେଳି ମଧ୍ୟରୁ ୨୦ଟିର ପତ୍ତା ମିଳୁନି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.