fbpx

ଆଉ କୌଣସି ନମ୍ବର ରହିବନି Unknown! ସରକାରଙ୍କ ଯୋଜନାକୁ ନେଇ କ’ଣ କହିଲେ ଟେଲିକମ୍ ମିନିଷ୍ଟର

ନୂଆଦିଲ୍ଲୀ: ଇଣ୍ଡିଆନ ଟେଲିକମ୍ୟୁନିକେସନ ବିଲ, ୨୦୨୨ର ଡ୍ରାଫ୍ଟ ପ୍ରସ୍ତୁତ କରି ନେଇଛନ୍ତି ସରକାର । ଏହି ଡ୍ରାଫ୍ଟରେ ବହୁତ କିଛି ନୂଆ ଏବଂ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କିନ୍ତୁ କିଛିଟା ପରିବର୍ତ୍ତନକୁ ନେଇ ଜୋର ଧରିଛି ଚର୍ଚ୍ଚା । ତେବେ ଏଥିମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ହ୍ୱାଟ୍ସଆପ ଏବଂ ଇଣ୍ଟରନେଟ କଲିଙ୍ଗ ଆପ୍ସର ଲାଇସେନ୍ସ । ଏହିସବୁ ଆପ୍ ଗୁଡିକୁ ମଧ୍ୟ ଏବେ ଟେଲିକମ୍ କମ୍ପାନୀ ଭଳି ଲାଇସେନ୍ସର ଆବଶ୍ୟକ ହେବ ।

ତେବେ ଏହି ବିଲ ଏବେ ଡ୍ରାଫ୍ଟ କରାଯାଇଛି ଏବଂ ଏହା ଉପରେ ୟୁଜର୍ସମାନଙ୍କୁ ମତାମତ ମାଗିଛି ଦୂରସଞ୍ଚାର ବିଭାଗ । ଏହି ଡ୍ରାଫ୍ଟ ସମ୍ପର୍କିତ ସୂଚନା ଦେଇଛନ୍ତି ନିଜେ ଟେଲିକମ୍ ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ । ତେବେ ୟୁଜର୍ସମାନଙ୍କ ସିକ୍ୟୁରିଟିକୁ ନଜରରେ ରଖି ବିଲର ଡ୍ରାଫ୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭିସ ପ୍ରୋଭାଇଡର ଏବଂ ୟୁଜର ଉଭୟଙ୍କୁ କଲର ଆଇଡେଣ୍ଟିଟିର ଜ୍ଞାନ ରହିବା ଆବଶ୍ୟକ । ଭଏସ ଏବଂ ଡାଟା କଲ୍ସ ମଧ୍ୟରେ ଏବେ କୌଣସି ଅନ୍ତର ନାହିଁ । ତେଣୁ ବର୍ତ୍ତମାନ ପ୍ରତ୍ୟେକ କଲିଙ୍ଗ ପ୍ଲାଟଫର୍ମକୁ ଗୋଟିଏ ରେଗୁଲେସନରେ ଚାଲିବାକୁ ହେବ ।

ନୂଆ ବିଲ ପାରିତ ହେବା ପରେ ଡାଟା କଲିଙ୍ଗ ଆପଗୁଡିକୁ ମଧ୍ୟ ଟେଲିକମ୍ କମ୍ପାନୀର ନିୟମ ପାଳନ କରିବାକୁ ହେବ । ସେହିପରି କଲର ଆଇଡେଣ୍ଟିଟି ଉପରେ ବିଶେଷ ତଥ୍ୟ ମିଳିପାରିନାହିଁ । ବିଲ ଡ୍ରାଫ୍ଟରେ ଏ ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ ।

Get real time updates directly on you device, subscribe now.