fbpx

Retirement ଘୋଷଣା ନେଇ ଅନୁମାନ କରୁଥିଲେ ଫ୍ୟାନ୍ସ: ଏହି ଘୋଷଣା କଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ନେଇ ବଡ ଘୋଷଣା କରିଛନ୍ତି କ୍ୟାପଟେନ କୁଲ ମାହି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଗାମୀ ସିଜନକୁ ନେଇ ଏହି ଘୋଷଣା କରିଛନ୍ତି । ଧୋନୀ ନିଜ ଅବସରକୁ ନେଇ ଘୋଷଣା କରିବେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ସେ ଏସବୁକୁ ଭୁଲ ପ୍ରମାଣିତ କରିଛନ୍ତି । ପୁଣିଥରେ ଫ୍ୟାନ୍ସମାନଙ୍କୁ ସରପ୍ରାଇଜ ଦେଇଛନ୍ତି ଏମ.ଏସ.ଧୋନୀ । ୨୦୧୧ ବିଶ୍ୱକପ ଏବଂ ଓରିଓ ବିସ୍କୁଟ କମ୍ପାନୀକୁ ନେଇ ଏକ ବଡ ଘୋଷଣା କରିଛନ୍ତି ମାହି ।

ସେପ୍ଟେମ୍ବର ୨୫ ତାରିଖରେ ଲାଇଭ ଆସି ଆଗାମୀ ଆଇପିଏଲକୁ ନେଇ କିଛି ଘୋଷଣା କରିବେ ବୋଲି କହିଥିଲେ ଧୋନୀ । ଏହାପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଏକ ଭାଳେଣି ପଡିଯାଇଥିଲା । ଧୋନୀ ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଲାଇଭରେ ଧୋନୀ ଏସବୁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମାହି ନିଜ ରିଟୟାରମେଣ୍ଟକୁ ନେଇ ନୁହେଁ, ବରଂ ଓରିଓ ବିସ୍କୁଟକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଲାଇଭରେ ଧୋନୀ ଓରିଓ ବିସ୍କୁଟ ଲଞ୍ଚ କରିଛନ୍ତି । ଏହା ପଛରେ ମଧ୍ୟ ଏକ ବଡ କାରଣ ଦର୍ଶାଇଛନ୍ତି କ୍ୟାପଟେନ କୁଲ ।

ଧୋନୀ କହିଛନ୍ତି ଯେ, ୨୦୧୧ ମସିହାରେ ଏହି ବିସ୍କୁଟ ଭାରତକୁ ଆସିଥିଲା । ଏହି ବର୍ଷ ଭାରତ ବିଶ୍ବକପ ମଧ୍ୟ ଜିତିଥିଲା । ତେଣୁ ପୁଣିଥରେ ଏହାକୁ ଚଳିତବର୍ଷ ଲଞ୍ଚ କରାଯାଇଛି, ଯାହା୍ଦବାରା ଆଗାମୀ ଟି-୨୦ ବିଶ୍ବକପ ମଧ୍ୟ ଭାରତ ଜିତିବ ବୋଲି କୁହାଯାଇଛି । ତେବେ ଏହାପୂର୍ବରୁ ନିଜ ହେୟାରଷ୍ଟାଇଲ ବି ବଦଳାଇ ଦେଇଛନ୍ତି ମିଷ୍ଟର କୁଲ । ପୁରୁଣା ଅନ୍ଦାଜରେ ନଜର ଆସିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।

ତେବେ ଧୋନୀଙ୍କ ଏହି ବିଶ୍ୱାସ କେତେ ପରିମାଣରେ ସତ ହେବ ତାହା ତ ସମୟ କହିବ । କିନ୍ତୁ ଏହି ଘୋଷଣା ଫ୍ୟାନ୍ସମାନଙ୍କ ସ୍ପନ୍ଦନର ଗତିରେ ବ୍ରେକ ମାରିଛି । ଧୋନୀ ଆଇପିଏଲରୁ ବିଦାୟ ନେଉଛନ୍ତି ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ଗୁଜବ ହୋଇ ରହିଯାଇଛି । ତେବେ ଆସନ୍ତା ଆଇପିଏଲରେ ମଧ୍ୟ ଧୋନୀଙ୍କୁ ପୁଣିଥରେ ଚେନ୍ନାଇ ଜର୍ସିରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.