fbpx
BJD SKY
BJD SKY

ଫିଟ୍ ରହିଲେ ୧୦ ଲକ୍ଷ ପୁରସ୍କାର ଓ ବୋନସ: କର୍ମଚାରୀମାନଙ୍କୁ ଫିଟନେସ୍ ଚ୍ୟାଲେଞ୍ଜ ଦେଲେ କମ୍ପାନୀ ସିଇଓ

BJD

ମୁମ୍ବାଇ: ଅନଲାଇନ୍ ବ୍ରୋକିଙ୍ଗ ଫାର୍ମ ‘ଜିରୋଧା’ର ସହ ସମ୍ପାଦକ ଏବଂ ସିଇଓ ‘ନିତିନ କାମଥ’ ନିଜ କମ୍ପାନୀର କର୍ମଚାରୀଙ୍କୁ ଏକ ଭିନ୍ନ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ଚ୍ୟାଲେଞ୍ଜ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ସେ ତାଙ୍କ କର୍ମଚାରୀମାନଙ୍କ ପାଇଁ ଦୈନିକ ନୂଆ ଟାର୍ଗେଟ୍ ସେଟ୍ କରିବାକୁ କହିଛନ୍ତି। ସେ କହିଛନ୍ତି ଯେଉଁ କର୍ମଚାରୀ ନିଜର ଫିଟନେସ୍ ଲକ୍ଷ୍ୟକୁ ହାସଲ କରିପାରିବ ତାକୁ ବୋନସ ରୂପେ ଗୋଟିଏ ମାସର ଦରମା ମିଳିବ।

ନିତିନ କମଥ ଲିଙ୍କଡଇନ୍‌ରେ ଏକ ପୋଷ୍ଟ କରି ନିଜ କର୍ମଚାରୀମାନଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଆମ ମାନଙ୍କ ମଧ୍ୟରେ ଅନେକ ଲୋକ ଘରେ ରହି କାମ କରୁଛନ୍ତି। ଏହି ସମୟରେ ବସିବା ଏବଂ ଧୁମ୍ରପାନ କରିବାର ଅଭ୍ୟାସ ମଧ୍ୟ ବୃଦ୍ଧି ପାଉଛି। ଏଥି ପାଇଁ ଆମେ ଆମର କର୍ମଚାରୀମାନଙ୍କୁ ସକ୍ରିୟ (ଆକଟିଭ୍‌) କରିବା ପାଇଁ ଏଭଳି କିଛି କରୁଛୁ। କାମଥଙ୍କ କହିବା ଅନୁସାରେ ଏକ ମାସର ବୋନସ ପାଇବା ପାଇଁ କର୍ମଚାରୀଙ୍କୁ ଦୈନିକ ନିଜର ଫିଟନେସ୍ ଟାର୍ଗେଟ୍‌ର ୯୦ ପ୍ରତିଶତ ପୁରଣ କରିବାକୁ ପଡିବ। ଏହା ସହିତ ୧୦ ଲକ୍ଷ୍ୟ ଟଙ୍କାର ଲକି ଡ୍ର ମଧ୍ୟ ରହିଛି।

କାମଥ ତାଙ୍କ ପୋଷ୍ଟରେ କହିଛନ୍ତି, ‘ଜିରୋଧାରେ ଆମର ନୂଆ ଚ୍ୟାଲେଞ୍ଜ ହେଉଛି ଫିଟନେସ୍ ଟ୍ରାକର୍ ଉପରେ ଦୈନିକ ଲକ୍ଷ୍ୟ ସ୍ଥିର କରିବା। ଗୋଟିଏ ବର୍ଷ ପାଇଁ, ଯେଉଁ କର୍ମଚାରୀ ତାଙ୍କର ଦୈନିକ ଲକ୍ଷ୍ୟର ୯୦ ପ୍ରତିଶତ ହାସଲ କରିବାରେ ସଫଳ ହେବେ, ତାଙ୍କୁ ବୋନସ୍ ଭାବରେ ଏକ ମାସର ଦରମା ପ୍ରଦାନ କରାଯିବ।’ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଏକ ଅପସନାଲ ପ୍ରୋଗ୍ରାମ୍ ହେବ। ପ୍ରତିଦିନ ଅତିକମ୍‌ରେ ୩୫୦ କ୍ୟାଲୋରୀ କୌଣସି ପ୍ରକାରେ ବର୍ନ କରିବାକୁ ହେବ। କାମଥ ଫିଟନେସ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ମଧ୍ୟ ତାଙ୍କ ପୋଷ୍ଟରେ ସେୟାର କରି ନିଜର ଅନୁଭବ ମଧ୍ୟ ଜଣାଇଛନ୍ତି।

Get real time updates directly on you device, subscribe now.