fbpx

ବଢ଼ିବ କି’ ସୁଧ ଦର? କାଲି ଠାରୁ ଆରମ୍ଭ ହେଉଛି RBI ବୈଠକ…

ନୂଆଦିଲ୍ଲୀ: ବଢ଼ୁଥିବା ଦରବୃଦ୍ଧି ଏବଂ ଆମେରିକାରେ ସୁଧ ଦରରେ ବୃଦ୍ଧି ପରେ ଏବେ ଭାରତୀୟ ନିବେଶକ ଏବଂ ବଜାର ବିଶେଷଜ୍ଞ ନଜର ରିଜର୍ଭ ବ୍ୟାଙ୍କର ଆଗାମୀ ବୈଠକ ଉପରେ ରହିଛି । ଆରବିଆଇର ମନିଟରିଂ ପଲିସି କମିଟିର ବୈଠକ ୨୮ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ବୈଠକର ଶେଷ ଦିନ ଆରବିଆଇ ରେପୋ ରେଟ୍ ଦରରେ ପରିବର୍ତ୍ତନର ଘୋଷଣା କରିପାରେ । ଏଭଳି ଅନୁମାନ କରାଯାଉଛି ଯେ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ଆରବିଆଇ ସୁଧ ଦରରେ ବୃଦ୍ଧି କରିପାରେ ।

ପିଟିଆଇର ରିପୋର୍ଟ ଅନୂଯାୟୀ, ମୁଦ୍ରସ୍ଫୀତି ଏବଂ ବୃଦ୍ଧି ସହ ଜଡ଼ିତ ସମସ୍ୟାକୁ ନେଇ ରିଜର୍ଭ ବ୍ୟାଙ୍କ୍ ବିଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ୍ ନୀତି ଅନୁସରଣ କରିଥାଏ । ଆମେରିକା ଫେଡେରାଲ ରିଜର୍ଭ ଦରବୃଦ୍ଧି ସହ ଲଢ଼ିବା ପାଇଁ ଲଗାତାର ଚତୁର୍ଥ ଥର ସୁଧ ହାର ବଢ଼ାଇଛି । ବିଶେଷଜ୍ଞଙ୍କ କହିବା ଅନୂଯାୟୀ ଆରବିଆଇ ମେ ପରଠାରୁ ଶର୍ଟ ଟର୍ମ ଲେଣ୍ଡିଂ ରେଟ୍ (ରେପୋ) ରେ ୧୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଏଥିରେ ପୁଣି ଥରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇପାରେ । ଏହା ସହ ଏହି ଦର ୩ ବର୍ଷର ଉଚ୍ଚ ସ୍ତର ୫.୯ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ ।

ଆରବିଆଇ ମେ ମାସରେ ରେପୋ ରେଟରେ ୪୦ ବେସିସ ପଏଣ୍ଟ ଏବଂ ଜୁନ୍ ଅଗଷ୍ଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ବର୍ତ୍ତମାନ ଦର ୫.୪ ପ୍ରତିଶତ ରହିଛି ।

Get real time updates directly on you device, subscribe now.