fbpx

OHPC ତରଫରୁ ବାହାରିଲା ୧୫୭ଟି ପଦବୀ, ଓଡ଼ିଶାର ଛାତ୍ରଛାତ୍ରୀମାନେ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଅନ୍ୱେଷଣରେ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ତରଫରୁ ଅନେକ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ । ମୋଟ ୧୫୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ପ୍ରାର୍ଥୀମାନେ ୫ଟି ଭିନ୍ନ ଭିନ୍ନ ବର୍ଗରେ ଆବେଦନ କରିପାରିବେ ।

ପ୍ରାର୍ଥୀମାନେ ଟେକ୍ନିକାଲ ନନ-ଏକଜିକ୍ୟୁଟିଭ (ଟିଏନଇ) ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି ଓ ଡିପ୍ଲୋମା ଇଞ୍ଜିନିୟର ଟ୍ରେନି ପଦବୀରେ ନିଯୁକ୍ତି ପାଇବେ । ପ୍ରାର୍ଥୀଙ୍କର ବୟସ ୧୮ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିସହିତ ବୟସ କୋହଳ ସରକାରୀ ନିୟମ ଅନୁଯାୟୀ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ / ଆଇଟିଆଇ/ ଡିପ୍ଲୋମା / ଡିଗ୍ରୀ/ ପିଜି ରହିଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୧୨.୧୦.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୧.୧୧.୨୦୨୨

ପରୀକ୍ଷା ସମ୍ଭାବ୍ୟ ତାରିଖ (ସିବିଟି): ଡିସେମ୍ବର

ଅଫିସିଆଲ ନୋଟିଫିକେସନ ଲିଙ୍କ: http://admin.ohpcltd.com/Siteupdate/Scrollbar/TNE-2022.pdf, http://admin.ohpcltd.com/Siteupdate/Scrollbar/MT,DET-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://ohpcltd.com/

Get real time updates directly on you device, subscribe now.