fbpx

ରଣ କ୍ଷେତ୍ର ପାଲଟିଗଲା ଥାନା ପରିସର: ବିଜେଡି-ବିଜେପି ଯୁଦ୍ଧରେ ବଳି ପଡିଲା ଆଇନ

ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ନିମାପଡ଼ା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଭୁବନେଶ୍ୱରର ରାଜନୀତି ନିମାପଡ଼ାରେ କମ୍ପନ ସୃଷ୍ଟି କରିଛି । ଥାନା ମଧ୍ୟରେ ଦୁଇ ଦଳ ମଧ୍ୟରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିବା ବେଳେ ପୋଲିସ ନିୟନ୍ତ୍ରଣ ବାହାରକୁ ଦୁଇ ଦଳର କର୍ମୀମାନେ ଚାଲି ଯାଇଛନ୍ତି । ଦୁଇ ଦଳ ପକ୍ଷରୁ ପୃଥକ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରିବା ଭୟରେ ଦୁଇ ଦଳର କର୍ମୀମାନେ ଘଟଣାକୁ ସମାଧାନ କରି ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ପାରିବାରିକ କଳହକୁ ନେଇ ନିଜ ଘର ବାଲକୋନିରେ ଭୁବନେଶ୍ୱର ଠାରେ ଆତ୍ମହତ୍ୟା କରିଥିଲେ । ଧର୍ମେନ୍ଦ୍ରଙ୍କ ପରିବାର ପକ୍ଷରୁ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ କହିବା ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଧର୍ମେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କର ଶେଷକୃତ୍ୟ ସଂପନ୍ନ କରିଥିଲେ । ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନଙ୍କ ସଂପୃକ୍ତି ଥିବା ସନ୍ଦେହ କରି ରାସ୍ତାରେ ଧାରଣା ଦେବା ସହ ବିକ୍ଷୋଭ କରିଥିଲେ ଓ ବିଭିନ୍ନ ପ୍ରକାର ମନ୍ତବ୍ୟ ପ୍ରଦାନ କରିଥିଲେ । ଗତ ମଙ୍ଗଳବାର ଦୋଳବେଦୀ ଛକରେ ରାସ୍ତାରୋକ କରିଥିବା ବେଳେ ବୁଧବାର ଜୟଶ୍ରୀ ଛକଠାରେ ରାସ୍ତାରୋକ କରିଥିଲେ । ହଜାର ହଜାର ଗାଡ଼ି ଅଟକି ରହିଥିଲା । ଯାହାପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଆଜି ମନ୍ତ୍ରୀ ସମୀର ରଂଜନ ଦାଶ ସରକାରୀ କାର୍ଯ୍ୟରେ ନିମାପଡ଼ା ଆସି ଡ଼ାକ ବଙ୍ଗଳା ଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରୁଥିବା ବେଳେ ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ଉଭୟ ପକ୍ଷ ଥାନା କଚ୍ଚଙ୍କମ୍ପସ ଭିତରେ ପଶି ଠେଲାପେଲା ହେବା ସହ ହାତାହାତି ହୋଇଥିଲେ । ଏହି ଘଟଣାକୁ ଥାନାଧିକାରୀ ଶଙ୍କର୍ଷଣ ଦଳାଇ ନିୟନ୍ତ୍ରଣକୁ ଆଣି ଦୁଇ ଦଳ ମଧ୍ୟରୁ ଏକାଧିକ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିବା ପରେ ଉଭୟ ଦଳ ଭାଇ ଭାଇ ହୋଇ ଘଟଣାକୁ ସମାଧାନ କରି ଫେରିଥିବା ଥାନା କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । କେଉଁ କାରଣରୁ ଏପରି ବିଶୃଙ୍ଖଳିତ କାର୍ଯ୍ୟ କରାଯାଉଛି ସ୍ୱର୍ଗତ ଧର୍ମେନ୍ଦ୍ର ସାହୁଙ୍କ ପରିବାର କୌଣସି ଅଭିଯୋଗ ଆଣୁ ନଥିବା ବେଳେ କ’ଣ ପାଇଁ ଦଳୀୟ କର୍ମୀ ବିଶୃଙ୍ଖଳା କାର୍ଯ୍ୟ ଘଟାଉଛନ୍ତି । ନିମାପଡ଼ା ନିର୍ବାଚନ ମଣ୍ଡଳୀର ଏହି ଘଟଣାକୁ ନେଇ ସାଧାରଣାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି ।

Get real time updates directly on you device, subscribe now.