fbpx
BJD SKY
BJD SKY

Fixed deposit ଉପରେ ପାଇପାରିବେ ଅଧିକ ସୁଧ, ଜାଣନ୍ତୁ କେଉଁ ବ୍ୟାଙ୍କ ପ୍ରଦାନ କରୁଛି ଏହି ସୁବିଧା ?

BJD

ନୂଆଦିଲ୍ଲୀ: ଟଙ୍କା ସଞ୍ଚୟ କରିବା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ବ୍ୟାଙ୍କ । ଗ୍ରହକଙ୍କ ପାଇଁ ବ୍ୟାଙ୍କ ତରଫରୁ ଅନେକ ସ୍କିମ୍ ସୁବିଧା ରହିଥାଏ ଯାହାର ଲାଭ ଗ୍ରାହକମାନେ ଉଠାଇଥାନ୍ତି । ତେବେ ଅନେକାଂଶରେ ଗ୍ରହକମାନେ ନିଜ ସୁବିଧା ଏବଂ ଅନ୍ୟାନ୍ୟ କାରଣ ପାଇଁ ନିଜ ପସନ୍ଦର ବ୍ୟାଙ୍କ ଚୟନ କରିଥାନ୍ତି । ସାଧାରଣତଃ ବ୍ୟାଙ୍କର ସୁଧ ହାର, ଗ୍ରହକ ଅନୁକୂଳ ସେବା, ମତାମତ ଇତ୍ୟାଦି ଅନ୍ତର୍ଭୁକ୍ତ । ବୃହତ କମର୍ସିଆଲ ବ୍ୟାଙ୍କ ବ୍ୟତୀତ ଛୋଟ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ମଧ ଗ୍ରାହକଙ୍କୁ ଜମା ରାଶି ଉପରେ ଉତ୍ତମ ସୁଧ ହାର ପ୍ରଦାନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ବ୍ୟାଙ୍କ ବିଷୟରେ ଯାହା ବାର୍ଷିକ ୮%ରୁ ଅଧିକ ସୁଧ ପ୍ରଦାନ କରିଥାଏ ।

୧. ୟୁନିଟି କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: Fixed deposit (FD) ଉପରେ ଏହି ବ୍ୟାଙ୍କ ସବୁଠାରୁ ଅଧିକ ସୁଧ ପ୍ରଦାନ କରୁଛି । ଏହି ବ୍ୟାଙ୍କରେ ୧୦୦୧ ଦିନରେ ଆପଣଙ୍କ ୠଊ ମେଚ୍ୟୋର ହେଲେ ବାର୍ଷିକ ୯% ହାରରେ ସୁଧ ପାଇପାରିବେ ।

୨. ସୂର୍ଯ୍ୟୋଦୟ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କରେ ୨ ବର୍ଷ ଏବଂ ଦୁଇ ଦିନରେ ମେଚ୍ୟୋର ହେଉଥିବା FD ଉପରେ ୮.୬୫% ସୁଧ ପ୍ରଦାନ କରିଥାଏ ।

୩. ଉଜ୍ଜୀବନ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଆପଣଙ୍କ FD୧୫ ମାସରେ ମେଚ୍ୟୋର ହେଉଥିଲେ ଏହି ବ୍ୟାଙ୍କ ୮.୫% ସୁଧ ପ୍ରଦାନ କରିଥାଏ ।

୪. ଜନ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୩୬୫ ଦିନରେ ମାଚ୍ୟୋର ହେଉଥିବା FD ଉପରେ ୮.୫% ସୁଧ ପ୍ରଦାନ କରିଥାଏ ।

୫. ଇକ୍ୟୁିଟାସ୍ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଆପଣଙ୍କ FD ୪୪୪ ଦିନରେ ମେଚ୍ୟୋର ହେଉଥିଲେ ୮.୫ ସୁଧ ପ୍ରଦାନ କରିଥାଏ ।

୬. ଉତ୍କର୍ଷ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୨ରୁ ୩ ବର୍ଷ ମଧ୍ୟରେ ମେଚ୍ୟୋର ହେଉଥିବା FD ଉପରେ ୮.୫% ସୁଧ ପ୍ରଦାନ କରିଥାଏ ।

୭. ESAF କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଆପଣଙ୍କ FD୨ରୁ ଅଧିକ ଏବଂ ୩ ବର୍ଷରୁ କମ୍ ସମୟରେ ମେଚ୍ୟୋର ହେଲେ ଏହି ବ୍ୟାଙ୍କ ୮.୨୫ ସୁଧ ପ୍ରଦାନ କରିଥାଏ ।

୮.  AU କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କରେ ୧୮ ମାସରେ ଆପଣଙ୍କ FD ମେଚ୍ୟୋର ହେଉଥିଲେ ଏହା ଉପରେ ୮% ସୁଧ ପାଇପାରିବେ ।

Get real time updates directly on you device, subscribe now.