fbpx
BJD
BJD SKY
BJD SKY

୭୫୦ ଟଙ୍କା ଶସ୍ତା ହେଲା ରୂପା, ସୁନା ମୂଲ୍ୟ ବି ହ୍ରାସ ପାଇଲା ଏତିକି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସୁନା ଏବଂ ରୂପା ଦର ଆଜି ହ୍ରାସ ପାଇଛି । ଗ୍ଲୋବାଲ ମର୍କେଟରେ ବହୁମୂଲ୍ୟ ଧାତୁମାନଙ୍କ ଦରରେ ହ୍ରାସ ଘଟି ଜାତୀୟ ରାଜଧାନୀର ସର୍ରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୧୫୦ ଟଙ୍କା କମିବା ସହ ୭୨ ହଜାର ୬୦୦ ଟଙ୍କା ହୋଇଯାଇଛି । ପୂର୍ବ କାରବାରରେ ଅଧିବେଶନରେ ସୁନା ୭୨ ହଜାର ୭୫୦ ଟଙ୍କାରେ ବନ୍ଦ ହୋଇଥିଲା । ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୫୦ ଟଙ୍କା ହ୍ରାସ ଘଟି ୮୩ ହଜାର ୭୫୦ ଟଙ୍କ ହୋଇଯାଇଛି । ଏହା ପୂର୍ବରୁ ଏହା ୮୪ ହଜାର ୫୦୦ ଟଙ୍କା ଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ ସୌମିଲ ଗାନ୍ଧୀ କହିଛନ୍ତି ଯେ, ବିଦେଶରେ ହ୍ରାସ ଘଟିବା ହେତୁ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୨ ହଜାର ୬୦୦ ଟଙ୍କା ହୋଇଯାଇଛି । ଯାହା ପୂର୍ବ ମ୍ୟଲ୍ୟରୁ ୧୫୦ ଟଙ୍କା କମ ହୋଇଯାଇଛି । ଅନ୍ତରାଷ୍ଟ୍ରୀୟ ବଜାର କମ୍ପେକ୍ସରେ ୨୪ କ୍ୟାରେଟ ସୁନା ପ୍ରତି ଅନ୍ସ ପିଛା ୨ ହଜାର ୩୨୦ ଡଲାରରେ ବନ୍ଦ ହୋଇଯାଇଛି ଯାହା ପୂର୍ବ ମୂଲ୍ୟରେ ୧୩ ଡଲାର କମ ଅଛି । ଏଲକେପୀ ସିକ୍ୟୁରିଟୀଜରେ କମୋଡିଟୀ ଆଣ୍ଡ କରେନ୍ସି ବିଭାଗର ଉପାଧ୍ୟକ୍ଷ ଜତୀନ ତ୍ରିବେଦୀ କହିଛନ୍ତି ଯେ, ସୁନା ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ଏଥିରେ ଏଭଳି ସମ୍ଭାବନା ରହିଛି ଯାହା ଫେଡେରାଲ ରିଜର୍ଭ ସୁଧ ଦରକୁ ନେଇ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ପାରିବ ।

Get real time updates directly on you device, subscribe now.