fbpx
BJD SKY
BJD SKY

କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ମଇଦାନକୁ ଓହ୍ଲାଇବେ ବିଶ୍ୱଭୂଷଣ ଦାସ

BJD

କାକଟପୁର: କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ୱଭୂଷଣ ଦାସ । ବିଜେପିରୁ ଟିକେଟ ନ ମିଳିବାରୁ କଂଗ୍ରେସରେ ସାମିଲ ହୋଇଛନ୍ତି ।

ଏଥର ରୋଚକ ହେବାକୁ ଯାଉଛି କାକଟପୁର ଲଢେଇ । କଂଗ୍ରେସର ବିଶ୍ୱଭୂଷଣ ବିଜେଡି ଏବଂ ବିଜେପି ନେତାଙ୍କୁ ଦେବେ ଟକ୍କର । ୨୦୧୯ରେ ବିଶ୍ୱଭୂଷଣ ଏହି ଆସନରୁ ପ୍ରାର୍ଥୀ ହେଇଥିଲେ । ଗତ ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ହେଲେ ୨୦୧୯ରେ ଏହି ଆସନରୁ ବିଜୟୀ ହେଇଥିଲେ ତୁଷାରକାନ୍ତୀ ବେହେରା । ଚଳିତ ଥର ୨୦୨୪ରେ ବିଜେଡି ପୁଣିଥରେ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରବି ମଲ୍ଲିକଙ୍କ ବଦଳରେ ଏଥର କାକଟପୁରରୁ ପ୍ରାର୍ଥୀ ହେଇଛନ୍ତି ବାଇଧର ମଲ୍ଲିକ । ତେଣୁ ଏଠାରେ ବିଜେଡି-ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.