fbpx
BJD
BJD SKY
BJD SKY

ଷ୍ଟ୍ରଙ୍ଗ୍ ରୁମ୍ କ’ଣ ? ଜାଣନ୍ତୁ କିପରି ଥାଏ ଷ୍ଟ୍ରଙ୍ଗ୍ ରୁମର ସୁରକ୍ଷା ବ୍ୟବସ୍ଥା ?

ଓଡ଼ିଶା ଭାସ୍କର: ବର୍ତ୍ତମାନ ଦେଶରେ ନିର୍ବାଚନୀ ମାହୋଲ । ପଲ୍ଲିରୁ ସହର ଜମୁଛି ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହି ସମୟରେ ନିରପେକ୍ଷ ନିର୍ବାଚନ ପାଇଁ ଷ୍ଟ୍ରଙ୍ଗ୍ ରୁମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଷ୍ଟ୍ରଙ୍ଗ୍ ରୁମର କଡ଼ା ସୁରକ୍ଷାବଳୟ ଭେଦ କରି କେହି ବି ପକ୍ଷୀ ମଧ୍ୟ ଯିବା ଅସମ୍ଭବ । ତେବେ ଆସନ୍ତୁ ଜାଣିବା ଷ୍ଟ୍ରଙ୍ଗ୍ ରୁମ୍ ବିଷୟରେ ।

ଷ୍ଟ୍ରଙ୍ଗ୍ ରୁମ୍ କ’ଣ ?

ଷ୍ଟ୍ରଙ୍ଗ୍ ରୁମ୍ ହେଉଛି ଏଭଳି ଏକ କକ୍ଷ ଯେଉଁଠାରେ ମତଦାନ ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍‌(ଇଭିଏମ୍‌) ଏବଂ ଭୋଟର ଭେରିଫାଇଡ୍ ପେପର ଅଡିଟ୍ ଟ୍ରେଲ୍‌(VVPAT)ରେ ରଖାଯାଇଥାଏ । ଷ୍ଟ୍ରଙ୍ଗ୍ ରୁମ୍ ପାଇଁ କେବଳ ସରକାରୀ ବିଲ୍ଡିଂ ବ୍ୟବହୃତ ହୋଇଥାଏ । କୌଣସି ପ୍ରକର ଅଘଟଣକୁ ଦୂରେଇବା ପାଇଁ ଷ୍ଟ୍ରଙ୍ଗ୍ ରୁମ୍ କକ୍ଷର କାନ୍ଥ ଏବଂ କବାଟ ବହୁତ ଶକ୍ତ ଭାବେ ନିର୍ମାଣ କରାଯାଇଥାଏ ।

କିପରି ଥାଏ ଷ୍ଟ୍ରଙ୍ଗ୍ ରୁମର ସୁରକ୍ଷା ଦାୟିତ୍ୱ ?

ଜିଲ୍ଳାର ଡିଏମ୍ ଏବଂ ଏସପିଙ୍କୁ ଏହାର ସୁରକ୍ଷା ଦାୟିତ୍ୱ ଦିଆଯାଇଥାଏ । ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷା ପାଇଁ ୨୪ ଘଣ୍ଟା ସିକ୍ୟୁରିଟି ବ୍ୟବସ୍ଥା ରହିଥାଏ । ଏହା ଦ୍ୱାରା ଏଠି ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ଥାଏ । ନିୟମ ଅନୁଯାୟୀ ଷ୍ଟ୍ରଙ୍ଗ୍ ରୁମର କେବଳ ଗୋଟିଏ ହିଁ ପ୍ରବେଶ ଦ୍ୱାର ରଖାଯାଏ । କକ୍ଷର ଅନ୍ୟ କୌଣସି ଦ୍ୱାର ଥିଲେ ଏହାକୁ ବନ୍ଦ କରିଦିଆଯାଏ । ଷ୍ଟ୍ରଙ୍ଗ୍ ରୁମର ନିରୀକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ମୁଖ୍ୟ ପ୍ରବେଶ ଦ୍ୱାର ବ୍ୟତୀତ ଅନ୍ୟ କୌଣସି ପ୍ରବେଶ ମାର୍ଗ ଦେଇ ବ୍ୟକ୍ତିଙ୍କ ପ୍ରବେଶ ନ କରିପାରିବାକୁ ସୁନିଶ୍ଚିତ କରିଥାନ୍ତି । ପ୍ରବେଶ ଦ୍ୱାର ନିକଟରେ ସମିସିଟିଭି କ୍ୟାମେରା ରହିଥାଏ । ଏହା ବାଦ୍ କକ୍ଷର ଦୁଇଟି ଲକ୍ ସିଷ୍ଟମ୍ ରହିଛି ଯାହାର ୨ଟି ଚାବି ଥାଏ । ଏହାର ଗୋଟିଏ ଚାବି କକ୍ଷର ରିଟର୍ଣ୍ଣିଂ ଅଫିସର ଏବଂ ଅନ୍ୟଟି ସମ୍ବନ୍ଧିତ ଲୋକସଭା ନିର୍ବାଚନ ମଣ୍ଡଳୀର ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ପାଖରେ ଥାଏ । ଷ୍ଟ୍ରଙ୍ଗ୍ ରୁମ ବାହାରେ ରାଜ୍ୟ ପୋଲିସ ଫୋର୍ସ କର୍ମଚାରୀମାନେ ଏବଂ ଭିତରେ ପାରାମିଲିଟାରୀ ଫୋର୍ସ କର୍ମଚାରୀମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥାନ୍ତି ।

Get real time updates directly on you device, subscribe now.