fbpx
BJD SKY
BJD SKY

ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

BJD

ଆନନ୍ଦପୁର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କାର୍ଯ୍ୟ ମଧ୍ୟରେ ଜାରି ରହିଛି ପ୍ରାର୍ଥୀଙ୍କ ଦଳ ଡିଆଁ । ଏଥିମଧ୍ୟରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର ।

ଭାଗିରଥୀ ସେଠୀ ବିଜୁ ଜନତା ଦଳର ଜଣେ ଆଗଧାଡିର ନେତା ଥିଲେ । ସେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ରହିଥିଲେ । ୨୦୦୯ ଏବଂ ୨୦୧୯ରେ ଆନନ୍ଦପୁରରୁ ବିଜେଡି ଟିକେଟରେ ନିର୍ବାଚିତ ହେଇଥିଲେ ଭାଗିରଥୀ । କିନ୍ତୁ ୨୦୨୪ରେ ଆନନ୍ଦପୁର ଆସନ ପାଇଁ ଦଳ ଭାଗିରଥୀଙ୍କ ଟିକେଟ୍ କାଟି ତାଙ୍କ ବଦଳରେ ଅଭିମନ୍ୟୁ ସେଠୀଙ୍କୁ ଟିକେଟ୍ ଦେଇଥିଲା । ଏହାପରେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିବା ନେଇ କୁହାଯାଉଛି ।

Get real time updates directly on you device, subscribe now.