fbpx

ବିଦେଶ ପାଠପଢ଼ା ଏବେ ସହଜ: ଛାତ୍ରଛାତ୍ରୀଙ୍କୁ ମିଳୁଛି ୧ କୋଟି ଟଙ୍କାର ସ୍କଲାରସିପ, କେମିତି କରିବେ ଆପ୍ଲାଏ

ନୂଆଦିଲ୍ଲୀ: ଆଜିର ସମୟରେ ବିଦେଶରେ ଶିକ୍ଷାଭାଭ କରିବା ଏକ ପ୍ରକାରର ସ୍ୱପ୍ନ । ସାଧାରଣ ଭାବେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ କ୍ଷେତ୍ରରେ ସେମାନଙ୍କର ପିଲାମାନଙ୍କୁ ବିଦେଶରେ ପଢ଼ାଇବା କଷ୍ଟସାଧ୍ୟ ହୋଇଥାଏ । ପୁଅ, ଝିଅଙ୍କ ଭବିଷ୍ୟତ ପାଇଁ ଅନେକ ପିତାମାତା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ମଧ୍ୟ କରିଥାନ୍ତି । ତେବେ ଏଥିପାଇଁ ଆଉ ବୋଧହୁଏ ଚିନ୍ତା କରିବାକୁ ପଡ଼ିବ ନାହିଁ ।

ଆପଣମାନେ ଯଦି ବିଦେଶରେ ଶିକ୍ଷାଲାଭ କରିବାକୁ ଇଚ୍ଛୁକ ତେବେ ଏଥିପାଇଁ ଆପଣ ୧ କୋଟି ଟଙ୍କାର ସ୍କଲାରସିପ୍ ପାଇପାରିବେ । ଅଷ୍ଟ୍ରେଲିଆର କାନବେରା ୟୁନିଭରସିଟି ପକ୍ଷରୁ ଅନ୍ତର୍ଜାତୀୟ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ଆଣି ଦେଇଛି । ଏହି ସ୍କଲାରସିପର ନାମ ହେଉଛି ଭାଇସ-ଚାନସେଲର୍ସ ସୋସିଆଲ ଚାମ୍ପିୟନ ସ୍କଲାରସିପ । ଭାରତୀୟ ବିଦ୍ୟାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ।

ଏହି ସ୍କଲାରସିପରେ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଆସନ୍ତା ଅକ୍ଟୋବର ମାସ ୯ ତାରିଖ । ୟୁନିଭରସିଟି ପକ୍ଷରୁ ମୋଟ ୩ଟି ସ୍କଲାରସିପ୍ ପ୍ରଦାନ କରାଯାଉଛି । ୨୦୨୩ ଶିକ୍ଷା ବର୍ଷରେ ଯେଉଁ ବିଦ୍ୟାର୍ଥୀମାନେ ୟୁନିଭରସିଟିକୁ ସେମିଷ୍ଟର ପଢ଼ିବାକୁ ଆସିବେ, ସେମାନଙ୍କର ପାଇଁ ଏହି ସ୍କଲାରସିପ ଉପଲବ୍ଧ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମୁଦ୍ରାରେ ପାଖାପାଖି ୧ କୋଟି ଟଙ୍କାର ସ୍କଲାରସିପ୍ ଦିଆଯିବ । ଏହି ସ୍କଲାରସପ ମାଧ୍ୟମରେ ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟରେ ବିଭିନ୍ନ ଖର୍ଚ୍ଚ ଉଠାଇ ପାରିବେ । ସେଥିମଧ୍ୟରେ ଟ୍ୟୁସନ ଫିସ, ଅନ୍ କ୍ୟାମ୍ପସ ରହଣି ଓ ୧୦ ହଜାର ଅଷ୍ଟ୍ରେଲିଆର ଡଲାର ବାର୍ଷିକ ଭତ୍ତା ସାମିଲ ରହିଛି ।

ଏହି ସ୍କଲାରସିପରେ ଆବେଦନ କରିବା ପାଇଁ ଆପଣଙ୍କୁ ଅଫିସିଆଲ ୱେବସାଇଟ ମବଦ୍ଭଭରକ୍ସକ୍ସବ.ରୟଙ୍କ.ବଙ୍କ କୁ ଯିବାକୁ ପଡ଼ିବ । ଆପଣମାନେ ହୋମ ପେଜକୁ ଯାଇ ଫ୍ୟୁଚର ଷ୍ଟୁଡେଷ୍ଟସ- ଇଣ୍ଟରନ୍ୟାସନାଲ ଷ୍ଟଡି- ଭାଇସ-ଚାନସେଲର୍ସ ସୋସିଆଲ ଚାମ୍ପିୟନ ସ୍କଲାରସିପ- ଆପ୍ଲାଏ ନାଓ- ସବମିଷ୍ଟ ଆଦି ଷ୍ଟେପସ କ୍ରମାନ୍ୱୟରେ ଫଲୋ କରିବାକୁ ପଡ଼ିବ । ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଅକ୍ଟୋବରରେ ସାକ୍ଷାତକାର ପାଇଁ ଡକାଯିବ । ଏହାପରେ ନଭେମ୍ବରରେ ସ୍କଲାରସିପ ରେଜଲ୍ଟ ଘୋଷଣା କରାଯିବ ।

Get real time updates directly on you device, subscribe now.