fbpx

ଲକ୍-ଡାଉନ୍ ଯୋଗୁଁ ୨୨ଦିନ ଧରି ଫସିଛନ୍ତି ବରଯାତ୍ରୀ: ହୋଇପାରୁନି କନ୍ୟା ବିଦା

ଅଲୀଗଡ,୧୨ ।୪: କରୋନା ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ହୋଇଛି । କିନ୍ତୁ ଏହି ଲକ୍-ଡାଉନ୍ ଯାଗୁଁ ଉତ୍ତରପ୍ରଦେଶ ଆଲିଗଡରେ ବିବାହର ୨୨ ଦିନ ପରେ ବି କନ୍ୟାର ବିଦାଇ ହୋଇପାରୁନି । ଝାରଖଣ୍ଡରୁ ବରଯାତ୍ରୀରେ ଆସିଥିବା ୧୨ ଲୋକ ଗତ ୨୧ ଦିନ ହେବ କନ୍ୟା ଘରେ ରହୁଆସୁଛନ୍ତି ।

ପ୍ରଶାସନ ଦ୍ୱାରା ଗୋଟିଏ ଥର ଭୋଜନ ଯୋଗାଇ ଦିଆଯାଉଥିବା ବେଳେ ଝିଅଘର ଲୋକେ ଆଉ ଗୋଟିଏ ଥର ଭୋଜନର ବ୍ୟବସ୍ଥା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଦଳ ସମସ୍ତ ପ୍ରକ୍ରିୟା ଯାଞ୍ଚ କରିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ଲୋକେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତେବେ ଅତରୌଲୀ କୋତୱାଲୀର ଗାଁ ବିଧିପୁର ବାସିନ୍ଦା ନରପତ ସିଂ ଆର୍ଯ୍ୟଙ୍କ ଝିଅ ସାବିତ୍ରୀର ୨୨ ମାର୍ଚ୍ଚରେ ବିବାହ ହୋଇଥିଲା । ବର ସହ ଶୋଭାଯାତ୍ରାରେ ୧୨ ଜଣ ବରଯାତ୍ରୀ ୨୧ ମାର୍ଚ୍ଚ ରାତି ୯ଟାରେ ଆସି ବଧିପୁରରେ ପହଞ୍ଚିଥିଲେ । କିନ୍ତୁ ବିବାହ ପରେ ଲକ୍-ଡାଉନ୍ କାରଣରୁ ଏତେଦିନ ପର୍ଯ୍ୟନ୍ତ ବରଯାତ୍ରୀଙ୍କ ଚର୍ଚ୍ଚା କରୁଛନ୍ତି କନ୍ୟାଘର ଲୋକେ ।

Get real time updates directly on you device, subscribe now.