fbpx

ଜାତୀୟ ରାଜନୀତିରେ ଆସିବାକୁ TRS କଲା ନାମ ପରିବର୍ତ୍ତନ, KCR ଦେଲେ ରଣହୁଙ୍କାର

ହାଇଦ୍ରାବାଦ୍: ତେଲେଙ୍ଗାନାରେ ଶାସନ କରୁଥିବା କେ. ଚନ୍ଦ୍ରଶେଖର ରାଓଙ୍କ ପାର୍ଟୀ ‘ତେଲେଙ୍ଗାନା ରାଷ୍ଟ୍ରିୟ ସମିତି’ରେ ଜାତୀୟ ରାଜନୀତିକୁ ପ୍ରବେଶ କରିଛି। ବୁଧବାର ଦଳ ଏହାର ନାମ ‘ଭାରତ ରାଷ୍ଟ୍ରୀୟ ସମିତୀ’ ପରିବର୍ତ୍ତନ କରି ଜାତୀୟ ରାଜନୀତିକୁ ଆସିବା ପାଇଁ ଏହାର ପ୍ରୟାସ ଆରମ୍ଭ କରିଛି।

ଦଳର ସାଧାରଣ ସଭାରେ ଏନେଇ ଏକ ସଂକଳ୍ପ ପାରିତ ହୋଇଥିଲା। ପାର୍ଟୀ ମୁଖ୍ୟ କେ. ଚନ୍ଦ୍ରଶେଖ ରାଓ ଏହି ପ୍ରସ୍ତାବ ଆଗତ କରିଥିଲେ ବୋଲି ସୁତ୍ରରୁ ଜଣା ପଡ଼ିଛି। ଏହି ବୈଠକର ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ ଭାରତୀୟ ରାଷ୍ଟ୍ରୀୟ ସମିତିକୁ ପରିବର୍ତ୍ତନ ପାଇଁ ନିଷ୍ପତି ହୋଇଛି। ଏହି ବୈଠକ ପରେ ପାର୍ଟୀ ମୁଖ୍ୟ କାର୍ଯ୍ୟାଳୟ ବାହାରେ କର୍ମୀମାନେ ଏହି ଖୁସୀରେ ସେଲିବ୍ରେସନ୍ ରେ ମାତିଥିଲେ। ଏହା ସହିତ ସେମାନେ “ଦେଶର ନେତା କେସିଆର୍’ ନାରା ମଧ୍ୟ ଦେଉଥିଲେ।

ଦଳର ପ୍ରଥମ ସାଧାରଣ ବୈଠକ ଦିଲ୍ଲୀରେ ଡିସେମ୍ବର ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହା ମଧ୍ୟ ସୂଚନା ମିଳିଛି କେସିଆର୍ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, ‘ଅନେକ ରାଜ୍ୟରେ ତେଲେଙ୍ଗାନା ଭଳି ବିକାଶ ସେମାନେ ଦେଖିବାକୁ ଚାହୁଛନ୍ତି। ସେମାନେ ତେଲେଙ୍ଗାନାର ରାଇଥୁ ବନ୍ଧୂ ଏବଂ କୃଷିକାର୍ଯ୍ୟ ପାଇଁ ୨୪ ଘଣ୍ଟା ବିଦ୍ୟୁତ୍ ଭଳି ସୁବିଧା ପାଇବାକୁ ଚାହୁଛନ୍ତି।’

 

Get real time updates directly on you device, subscribe now.