fbpx

(Video) ରାଣୀ ପଣ୍ଡାକୁ ଲୋକେ ଏମିତି ମାରିଛନ୍ତି ଯେ ମୋର ପୂରା ପୋଡ଼ୁଛି: ରାଣୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଅନେକ କିଛି ଚର୍ଚ୍ଚା ହୋଇଥାଏ । ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା ଉପରେ ତାଙ୍କର ଏକ ନିଆରା ମତ ରହିଥାଏ । ରାଣୀଙ୍କର ସ୍ପଷ୍ଟ ବକ୍ତବ୍ୟ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । କଥା ଛଳରେ କହୁ କହୁ ନିଜ ବିଷୟରେ ରାଣୀ ଅନେକ କିଛି କହି ଦେଇଥାନ୍ତି ।

ରାଣୀଙ୍କର ଏଭଳି ଖୁଲମଖୁଲା ଅନ୍ଦାଜକୁ ଓଡ଼ିଶାବାସୀ ବହୁତ ପସନ୍ଦ କରିଥାନ୍ତି । ତେବେ ନିକଟରେ ଦଶହରା ଅବସରରେ ରାଣୀ ରସୁଲଗଡ଼ ଦୁର୍ଗାପୂଜାରେ ଷ୍ଟେଜ୍ ଶୋ’ କରିଥିଲେ । ଏହି ଅବସରରେ ରାଣୀ କହିଥିଲେ, ମୋତେ ଅନେକ ଲୋକ ହଇରାଣ କରିଛନ୍ତି । ସେଇ ଯନ୍ତ୍ରଣାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହିଁ । ମୋତେ କିଏ କ’ଣ କହିଲା ମୁଁ ତାହାକୁ ଖାତିର କରେ ନାହିଁ ।

ଏହି ଅବସରରେ ରାଣୀ ତାଙ୍କର ଜବରଦସ୍ତ ଡ୍ୟାନ୍ସରେ ଶହ ଶହ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ । ରାଣୀଙ୍କର ହଳଦିଆ ରଙ୍ଗର ଡ୍ରେସ ସତେ ଯେମିତି ପୂରା ମଞ୍ଚକୁ ଦୁଲୁକାଇ ଦେଇଥିଲା । ତେବେ ବନ୍ଧୁବାନ୍ଧବ, ପରିବାର, ଲଭର ସମସ୍ତେ ତାଙ୍କୁ ଠକିଛନ୍ତି । ବୟଫ୍ରେଣ୍ଡ ବନାଇବା ପାଇଁ ତାଙ୍କର ଆଉ ବୟସ ନାହିଁ ବୋଲି ରାଣୀ କହିଥିଲେ ।

Get real time updates directly on you device, subscribe now.