fbpx
BJD
BJD SKY
BJD SKY

ବାର୍ଡ ଫ୍ଲୁ ମାମଲା ଉପରେ ନଜର ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ: ‘ସ୍ଥିତି ନିୟନ୍ତ୍ରଣରେ ରହିଛି’, ସ୍ୱାସ୍ଥ୍ୟକର୍ମୀଙ୍କ ଭ୍ୟାକ୍ସିନେସନ ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି

ନୂଆଦିଲ୍ଲୀ: ଉଚ୍ଚ ପାଥୋଜେନିକ ଏସିଆନ ଆଭିଆନ ଇନଫ୍ଲୁଏଞ୍ଜା ଏ(ଏଚ୫ଏନ୧) ଭାଇରସ ଯାହାକି ପ୍ରଥମେ ପକ୍ଷୀମାନଙ୍କୁ ସଂକ୍ରମିତ କରିଥିଲା, ତା’ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନଜର ରହିଛି । ଏ(ଏଚ୫ଏନ୧)ର କିଛି ମାମଲା ଆମେରିକାରେ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ନିୟମିତ ଭାବେ ସମୀକ୍ଷା କରାଯାଉଥିବା ଏକ ବୟାନରେ କୁହାଯାଇଛି । ବର୍ତ୍ତମାନ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଏହି ଭାଇରସ କମ୍ ପ୍ରଭାବ ପକାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲେ ହେଁ ସର୍ଭେଲାନ୍ସ ଓ ମନିଟରିଂ ବଢ଼ାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏ(ଏଚ୫ଏନ୧) ଭାଇରସ ପ୍ରଥମେ ପକ୍ଷୀଙ୍କୁ ସଂକ୍ରମିତ କରିଥିଲେ ହେଁ ଏହା ମନୁଷ୍ୟ ଶରୀରକୁ ବ୍ୟାପିପାରେ । ଏଥିରେ ସଂକ୍ରମିତ ହୋଇଥିବା ପକ୍ଷୀ କିମ୍ବା ଦୂଷିତ ପରିବେଶ ସଂସ୍ପର୍ଶରେ ଆସିଲେ ମୁଖ୍ୟତଃ ଏହି ସଂକ୍ରମଣ ହୋଇଥାଏ । ଛୋଟ ଶିଶୁ ଓ ବୟସ୍କ ଲୋକମାନେ ଏହି ସିଜନାଲ ଇନଫ୍ଲୁଏଞ୍ଜା କ୍ଷେତ୍ରରେ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ଭାବେ ଚିହ୍ନଟ ହୋଇଛନ୍ତି । ଉଭୟ ସିଜନାଲ ଇନଫ୍ଲୁଏଞ୍ଜା ଓ ବାର୍ଡ ଫ୍ଲୁ’ ସହ ଜଡ଼ିତ ପରିସ୍ଥିତିକୁ ମନିଟର କରାଯାଉଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏଥିସହିତ ଏଚ୧ଏନ୧ ମାମଲାକୁ ଡିଲ୍ କରୁଥବା ସ୍ୱାସ୍ଥ୍ୟ କର୍ମୀମାନଙ୍କର ଭ୍ୟାକ୍ସିନେସନ ସୁନିଶ୍ଚିତ କରାଇବାକୁ ବିଭନ୍ନ ରାଜ୍ୟ ସରକାରଙ୍କୁ କୁହାଯାଇଥିବା ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀ କହିଛନ୍ତି । ଭାରତର ଝାଡ଼ଖଣ୍ଡ ପରି କିଛି ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ଦେଖିବାକୁ ମିଳିଛି । ରାଞ୍ଚିରେ ଗୋଟିଏ ଆଞ୍ଚଳିକ ପୋଲଟ୍ରି ଫାର୍ମର ଦୁଇଜଣ ଡାକ୍ତର ଓ ୬ ଜଣ କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ୧୭୪୫ କୁକୁଡ଼ା, ୪୫୦ ବତକ ଓ ୧୬୯୭ ଅଣ୍ଡାକୁ ବିସର୍ଜନ କରାଯାଇଛି । କେରଳର ଆଲାପୁଜାର ଦୁଇଟି ୱାର୍ଡରେ କିଛି ମାମଲା ଚିହ୍ନଟ ହୋଇଛି ।

Get real time updates directly on you device, subscribe now.