fbpx
BJD
BJD SKY
BJD SKY

ପୁଅ ଝିଅ ମଧ୍ୟରେ କିଏ ଅଧିକ ସ୍ମାର୍ଟ ? ରିସର୍ଚ୍ଚରୁ ହେଲା ଖୁଲାସା

ପୁଅ ଝିଅ ମଧ୍ୟରେ କିଏ ଅଧିକ ସ୍ମାର୍ଟ ? ଏ ଆଲୋଚନା ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ । ଆଉ ଏହି ଆଲୋଚନା କେବେ ବନ୍ଦ ହୁଏନାହିଁ । ବର୍ତ୍ତମାନ ଗବେଷଣା ପରେ ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି। ଏବେ ସ୍ପଷ୍ଟ ହୋଇଛି ଯେ, କୁନି ଝିଅର ଦିମାଗ ଏକ କୁନି ପୁଅର ଦିମାଗ ଠାରୁ ଖୁବ୍‌ କମ୍ପ୍ଲେକ୍‌ସ ।

ଅର୍ଥାତ ଝିଅର ମସ୍ତିସ୍କ ପୁଅ ଅପେକ୍ଷା ଅଧିକ ବେଗରେ ଚାଲିଥାଏ। ଜର୍ମାନୀର ତୁବିଂଗେନ୍‌ ବିଶ୍ୱବିଦ୍ୟାଳୟରେ ଗବେଷଣା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।

କୁନି ପିଲାଙ୍କ ମସ୍ତିଷ୍କର ଚୁମ୍ବକୀୟ ଶକ୍ତି ବା ମ୍ୟାଗ୍ନେଟିକ୍ ପାୱାରର ବିଭିନ୍ନ ଦିଗରୁ ରିସର୍ଚ୍ଚ କରି ବିଶେଷଜ୍ଞ ମାନେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଏହାକୁ ମାପିବା ପାଇଁ ବିଶେଷଜ୍ଞ ବା ରିସର୍ଚ୍ଚରମାନେ ଶବ୍ଦ ତରଙ୍ଗର ବ୍ୟବହାର କରିଥିଲେ । ଅର୍ଥାତ୍‌ ଶବ୍ଦ ତରଙ୍ଗର ବ୍ୟବହାର କରି ସେମାନେ ଉଭୟ କୁନି ପୁଅ ଓ କୁନି ଝିଅର ମସ୍ତିଷ୍କକୁ ମାପିବାକୁ ଚେଷ୍ଟା କରିଥିଲେ । ଆଉ ସେମାନେ ଜାଣିବାକୁ ପାଇଥିଲେ ଯେ, କୁନି ଝିଅମାନଙ୍କ ମସ୍ତିଷ୍କ ଖୁବ୍‌ କମ୍ପ୍ଲେକ୍‌ସ । ସେମାନଙ୍କ ଦିମାଗ ବା ମସ୍ତିଷ୍କ ବିଭିନ୍ନ ଦିଗରୁ କାମ କରିଥାଏ । କିନ୍ତୁ ସେହି ତୁଳନାରେ ଜଣେ କୁନି ପୁଅର ମସ୍ତିଷ୍କ ଅତି ସାଧାରଣ ଓ ସିମ୍ପଲ ହୋଇଥାଏ ।

ଏଭଳି ପଦ୍ଧତିରେ ପରୀକ୍ଷାକୁ ମ୍ୟାଗ୍ନେଟୋଏନ୍‌ସେଫାଲୋଗ୍ରାଫି ବା MEG କୁହାଯାଏ । ୨୦ ଜଣ ନବଜାତଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ସମସ୍ତଙ୍କ ବୟସ ୧୩ରୁ ୫୯ ଦିନ ମଧ୍ୟରେ ରହିଥିଲା । ଏହାସହ ୪୩ ଜଣ ଗର୍ଭବତୀଙ୍କ ଗର୍ଭରେ ଥିବା ଶିଶୁଙ୍କୁ ନେଇ ମଧ୍ୟ ରିସର୍ଚ୍ଚ କରାଯାଇଛି । ଏହି ରିସର୍ଚ୍ଚ ପାଇଁ ସାଉଣ୍ଡ ବେଲୁନ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଥିଲା ।

ରିସର୍ଚ୍ଚର ବିଭିନ୍ନ ତଥ୍ୟକୁ ଏକାଠି କରି ଆନାଲିସିସ୍‌ କରିବା ପରେ ଜଣାପଡ଼ିଥିଲା ଯେ, ଗର୍ଭରେ ଥିବା ଶିଶୁଙ୍କ କ୍ଷେତ୍ରରେ ପ୍ରଥମେ ପୁଅ ମାନଙ୍କ ମସ୍ତିଷ୍କ ଖୁବ୍ ଭଲ ଚାଲିଥାଏ । କିନ୍ତୁ ପରେ ଧିରେ ଧିରେ ତାହା ଧିମା ହୋଇଥାଏ ।

ହାଇବ୍ରେନ୍‌ କମ୍ପ୍ଲେକ୍‌ସିଟି ଓ ଲୋ ବ୍ରେନ୍‌ କମ୍ପ୍ଲେକ୍‌ସିଟି କ’ଣ ?

ରିସର୍ଚ୍ଚରଙ୍କ କହିବାନୁସାରେ ଯେଉଁମାନଙ୍କର ବ୍ରେନ୍‌ କମ୍ପ୍ଲେକ୍‌ସିଟି ଖୁବ୍‌ ଅଧିକ ସେମାନେ କୌଣସି କାର୍ଯ୍ୟ କରିବାରେ ଖୁବ୍‌ ସ୍ମାର୍ଟନେସ୍ ଦେଖାଇଥାନ୍ତି । ଖୁବ୍‌ ସହଜରେ କୌଣସି କଥାକୁ ବଝିପାରିଥାନ୍ତି । ସେମାନେ ଶୀଘ୍ର ନିଷ୍ପତ୍ତି ନେବାରେ ମଧ୍ୟ ସଫଳ ହୋଇଥାନ୍ତି । କୌଣସି କଥାର ଶ୍ରୀଘ୍ର ପ୍ରତିକ୍ରିୟା ମଧ୍ୟ ଦେଇପାରିଥାନ୍ତି ।

ଅନ୍ୟପଟେ ଲୋ ଲେଭଲ ବ୍ରେନ୍‌ କମ୍ପ୍ଲେକ୍‌ସିଟି କ୍ଷେତ୍ରରେ, ଏହି ସବୁର ବିପରୀତ ହୋଇଥାଏ । କିଛି ବି ତଥ୍ୟ ଗ୍ରହଣ କରିବାରେ ସେମାନେ ବିଫଳ ହୋଇଥାନ୍ତି ।

ଗର୍ଭରେ ଥିବା ଶିଶୁମାନଙ୍କ କ୍ଷେତ୍ରରେ ପ୍ରଥମେ ପୁଅ ମାନଙ୍କ ମସ୍ତିଷ୍କ ଭଲ ଚାଲିଥାଏ । ସେମାନଙ୍କର ଡେଭ୍‌ଲପ୍‌ମେଣ୍ଟ ଭଲ ହୋଇଥାଏ । କିନ୍ତୁ ଧିରେ ଧିରେ ସେମାନଙ୍କ ଡେଭ୍‌ଲପ୍‌ମେଣ୍ଟ କମିଥାଏ । ଆଉ ଝିଅ ମାନଙ୍କ ମସ୍ତିଷ୍କର ଶକ୍ତି ବଢ଼ିଥାଏ ।

Get real time updates directly on you device, subscribe now.