fbpx
BJD SKY
BJD SKY

ବିଜେଡି ପକ୍ଷରୁ ୧୩ ଜଣଙ୍କୁ ପର୍ଯ୍ୟବେକ୍ଷକ ଓ ନିର୍ବାଚନ ସଂଯୋଜକ ଭାବେ ମିଳିଲା ଦାୟିତ୍ୱ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଏହା ମଧ୍ୟରେ ବିଜେଡି ତା’ର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ କେବଳ ୩ଟି ବିଧାନସଭା ଆସନ ବାକି ରହିଛି । ଆଗାମୀ ନିର୍ବାଚନ ପାଇଁ ଦଳ ତା’ର ସଙ୍ଗଠନରେ କିଛି ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଥିବା ବେଳେ ପୁଣି କିଛି ନେତାଙ୍କୁ ମିଳିଛି ନିଯୁକ୍ତି । ସୁପ୍ରିମୋ ନବୀନ ପଟ୍ଟନାୟକ ୧୩ ଜଣ ନେତାଙ୍କୁ ବିଭିନ୍ନ ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଓ ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ଦେଇଛନ୍ତି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ରିଲିଜ୍ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.