fbpx
BJD SKY
BJD SKY

ଛତିଶଗଡରେ ବଡ଼ ଏନକାଉଣ୍ଟର: ଅନେକ ସ୍ଥାନରେ ମାଓବାଦୀଙ୍କୁ ଘେରିଲେ ଯବାନ, ବର୍ତ୍ତମାନ ସୁଦ୍ଧା ୪ ନିହତ

BJD

ନୂଆଦିଲ୍ଲୀ: ମଙ୍ଗଳବାର ସକାଳୁ ଏକ ବଡ ଏନକାଉଣ୍ଟର ଚାଲିଛି । ସୂଚନା ଅନୁଯାୟୀ ଛତିଶଗଡ ବସ୍ତରର ନାରାୟଣପୁର ଜିଲ୍ଲାରେ ଯବାନମାନେ ମାଓବାଦୀଙ୍କୁ ଅନେକ ସ୍ଥାନରେ ଘେରି ରହିଛନ୍ତି । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆରଜି) ଏବଂ ଏସଟିଏଫର ଟିମ୍ ଜଙ୍ଗଲରେ ଉପସ୍ଥିତ ଅଛନ୍ତି ।

ଉଭୟ ପାର୍ଶ୍ୱରୁ ଗୁଳି ଚଳାଉଛି । ଏପର୍ଯ୍ୟନ୍ତ ୪ ମାଓବାଦୀ ଏହି ଏନକାଉଣ୍ଟରରେ ନିହତ ହୋଇଛନ୍ତି ।

ଏହି ଏନକାଉଣ୍ଟର ଉପରେ ଆଇଜି ପି ସୁନ୍ଦରରାଜଙ୍କଠାରୁ ନେଇ ଏସପି ପ୍ରଭାତ କୁମାର ପର୍ଯ୍ୟନ୍ତ, ସମସ୍ତେ ନଜର ରଖିଛନ୍ତି । ରିପୋର୍ଟ କରାଯାଇଛି ଯେ ଜଙ୍ଗଲର ଅନେକ ସ୍ଥାନରେ ମାଓବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି । ଏବେ ସୁଦ୍ଧା ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

Get real time updates directly on you device, subscribe now.