fbpx
BJD SKY
BJD SKY

ଆସନ୍ତା କାଲିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ: ଜାଣନ୍ତୁ ଏହି ମାସର ମହତ୍ୱ ଏବଂ ନିୟମ

BJD

ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ମାସ ଭାବରେ କାର୍ତ୍ତକ ମାସକୁ ବିବେଚନା କରାଯାଏ। ଏହି ମାସରେ ଦେବତତ୍ୱ ମଜବୁତ୍ ହୋଇଥାଏ। ଏହି ମାସରେ ଧନ ଏବଂ ଧର୍ମ ସମ୍ଭନ୍ଧିତ ପ୍ରୟୋଗ କରାଯାଇଥାଏ। ବର୍ଷର ସବୁ ମାସର କିଛି କିଛି ମହତ୍ୱ ରହିଛି। ତେବେ, ଧର୍ମ ମାସ ରୂପେ କାର୍ତିକ ମାସକୁ ବେଶି ପ୍ରାଧାନ୍ୟ ଦିଆଯାଏ। କୁହାଯାଏ ଯେ,ଏହି ମାସର ପୁଣ୍ୟ ଅନ୍ୟ କେଉଁ ମାସରେ ନ ଥାଏ। ବର୍ଷ ଯାକର ପାପ ଏହି ଗୋଟିଏ ମାସର ପୂଜାରେ ଧୋଇଯାଏ।

ଓଡ଼ିଶାରେ କାର୍ତିକରେ ଧର୍ମ କରିବାକୁ ସାଧାରଣତଃ ଶ୍ରୀକ୍ଷେତ୍ର ପୁରୀକୁ ବହୁ ଦୂରଦୂରାନ୍ତରୁ ଧାଇଁ ଆସନ୍ତି। ତେବେ ଚଳିତ ବର୍ଷ ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୧୦ ତାରିଖରୁ କାର୍ତ୍ତି ମାସ ଆରମ୍ଭ ହେଉଛି । ପଦ୍ମପୁରାଣ, ସ୍କନ୍ଦପୁରାଣ ଏବଂ ଅନ୍ୟପୁରାଣମାନଙ୍କରେ କାର୍ତ୍ତିକ ମାସର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି। ଧର୍ମମାସର ଭାବନା ନେଇ ଲୋକମାନେ ସୂର୍ୟ୍ୟୋଦୟ ପୂର୍ବରୁ ସ୍ନାନଶୌଚ ଶେଷ କରି ମନ୍ଦିର ଯାଆନ୍ତି।

କାର୍ତ୍ତିକମାସରେ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ରହିଛି। ଏହା ପଛରେ ବୈଜ୍ଞାନିକ କାରଣ ଅଛି। ଉପବାସ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଉପବାସ କରୁଥିବା ସାଧକ ପ୍ରତିଦିନ ଦୀପଦାନ କରନ୍ତି। ତୁଳସୀ ସେବା ସହ ତୁଳସୀ ଗଛର ଯତ୍ନ ନେବା ଉଚିତ୍। ଆୟୁର୍ବେଦୀୟ ଶାସ୍ତ୍ରରେ ତୁଳସୀକୁ ଆଣ୍ଟିବାୟୋଟିକ୍ କୁହାଯାଏ। ଏହା ଦ୍ୱାରା ଶରୀର ଶୁଦ୍ଧ ହୁଏ। ତୁଳସୀ ସେବନ ଦ୍ୱାରା ବ୍ୟକ୍ତି ରୋଗମୁକ୍ତ ହୋଇଥାଆନ୍ତି। ଅପର ପକ୍ଷରେ ଭଗବାନ ବିଷ୍ଣୁ ତୁଳସୀ ପତ୍ର ପାଇଲେ ଆନନ୍ଦିତ ହୁଅନ୍ତି।

ଏହି ମାସର ନିୟମ: ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ। ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି। ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି। ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି। ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ।

Get real time updates directly on you device, subscribe now.