fbpx

(Video) ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ, ପରିବାରରେ ଶୋକର ଛାୟା…

ଲଲିପପ୍ ପାଇଁ ଚାଲିଗଲା ୧୦ ବର୍ଷ ପୁଅର ଜୀବନ ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନର୍ଗତ ଢ଼ିମିରିଝୁଳି ଗାଁରେ । ଲଲିପପ ଖାଇବା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ହୋଇଛି  । ଚକୋଲେଟ ଲଲିପପ ଖାଇବା ପିଲାଙ୍କୁ ଖୁବ୍ ପସନ୍ଦ ହୋଇଥାଏ, କିନ୍ତୁ ଲଲିପପ ଖାଇବା ଗୋଟିଏ ନିରୀହ ଅବୋଧ ଶିଶୁ ପାଇଁ କାଳ ସାଜିବ ତାହା କେହି କେବେ ଚିନ୍ତା ବି କରିନଥିବେ ।

ଗାଁର ବାସୁଦେବ ଶବରଙ୍କ ୧୦ ବର୍ଷୀୟ ପୁଅ ବୈକୁଣ୍ଠ ଶବର ଶନିବାର ସନ୍ଧ୍ୟାରେ ଗାଁର କିଶୋରଙ୍କ ଦୋକାନକୁ ଯାଇଥିଲେ  । ଦୋକାନରୁ ଦୁଇଟି ଲଲିପପ୍ ଚକୋଲେଟ କିଣି ଖାଇବା ପରେ ପରେ ବୈକୁଣ୍ଠ ବାନ୍ତି କରିଥିଲା  । ତେବେ ଆଜି ସକାଳ ପ୍ରାୟ ୧୦ ଟାରେ ନାବାଳକ ପୁଅ ବୈକୁଣ୍ଠର ମୃତ୍ୟୁ ଘଟିଛି । ତେବେ ପୁଅର ମୃତ୍ୟୁ ପରେ ଗ୍ରାମରେ ଥିବା କିଶୋରଙ୍କ ଦୋକାନ ଆଗରେ ପୁଅକୁ ରଖି ତାଙ୍କ ପୁଅକୁ କିଶୋର ଲଲି ପପ୍ ଚକଲେଟ ରେ କିଛି ଔଷଧ ମିଶାଇ ଦେଇଥିବା ଯୋଗୁଁ ପୁଅର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି  ।

ଏନେଇ ମୋହନା ଥାନାରେ ଅଭିଯୋଗ ହେବାପରେ ଲଲିପପ ଡବା କୁ ଜବତ କରିବା ସହିତ କିଶୋର କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ  । ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି ପୋଲିସ୍  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.