fbpx

UNGAରେ ରୁଷକୁ ପୁଣି ଝଟକା ଦେଲା ଭାରତ: ପ୍ରସ୍ତାବ ବିରୋଧରେ ଦେଲା ଭୋଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ ଆସେମ୍ବଲି (ୟୁଏନଜିଓ)ରେ ଭାରତ ରୁଷକୁ ଜବରଦସ୍ତ ଝଟକା ଦେଇଛି । ୟୁକ୍ରେନ ସହ ଜଡ଼ିତ ଏକ ପ୍ରସଙ୍ଗ ଉପରେ ଭାରତ ଏହି ଝଟକା ଦେଇଛି । ୟୁକ୍ରେନର ୪ଟି ଅଞ୍ଚଳ ଉପରେ ରୁଷର ଅବୈଧ କବଜାକୁ ନେଇ ୟୁଏନଜିଏରେ ଆଗତ ହୋଇଥିବା ଗୁପ୍ତ ମତଦାନ ଦାବି ବିରୋଧରେ ଭାରତ ଭୋଟ ଦେଇଛି । ଭାରତ ସମେତ ୧୦୦ରୁ ଅଧିକ ଦେଶ ସାର୍ବଜନିକ ମତଦାନ ପାଇଁ ଭୋଟ ଦେଇଛନ୍ତି ।

ରୁଷର ଅବୈଧ ଜନମତ ସଂଗ୍ରହ ଏବଂ ଦୋନେସ୍ତକ, ଖେରସାନ, ଲୁହାନସ୍କ ଓ ଜୋପୋରିଜ୍ଜିୟା ଉପରେ ଅବୈଧ କବଜା କରିବା ପ୍ରୟାସକୁ ନେଇ ନିନ୍ଦା ପ୍ରସ୍ତାବ ଅଣାଯିବା ସହ ସାର୍ବଜନିକ ମତଦାନ ଦାବି କରାଯାଇଥିଲା । ମାତ୍ର ରୁଷ ଏହି ପ୍ରସ୍ତାବ ଉପରେ ଗୁପ୍ତ ମତଦାନ କରିବାକୁ ଦାବି କରିଥିଲା । ଭାରତ ସମେତ ୧୦୭ଟି ଦେଶର ସଦସ୍ୟ ସାର୍ବଜନିକ ମତଦାନ ପକ୍ଷରେ ୟୁଏନରେ ମତଦାନ କରିଥିଲେ ।

ଏହାଫଳରେ ରୁଷର ଦାବି ଖାରଜ ହୋଇଯାଇଥିଲା । କେବଳ ୧୩ଟି ଦେଶ ଗୁପ୍ତ ମତଦାନ ସପକ୍ଷରେ ଭୋଟ ଦେଇଥିଲେ । ଅନ୍ୟପକ୍ଷରେ ୩୯ଟି ଦେଶ ମତଦାନରେ ସାମିଲ ହୋଇନଥିଲେ । ଚୀନ ଏହି ଭୋଟିଂରେ ଭାଗ ନେଇନଥିଲା । ରେକର୍ଡ ଭୋଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ମହାସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ବିରୋଧରେ ରୁଷ ଅପିଲ କରିଥିଲା । ରୁଷର ଅପିଲ ଉପରେ ଏକ ରେକର୍ଡ ଭୋଟିଂ ହୋଇଥିଲା । ସେଥିରେ ଭାରତ ସମେତ ୧୦୦ଟି ଦେଶ ରୁଷ ବିରୋଧରେ ଭୋଟ ଦେଇଥିଲେ ।

Get real time updates directly on you device, subscribe now.