fbpx

Chhello Show ଫିଲ୍ମର ଶିଶୁ କଳାକାର ରାହୁଲ କୋଲିଙ୍କ ପରଲୋକ

ନୂଆଦିଲ୍ଲୀ: ଓସ୍କାର ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଛେଲୋ ଶୋ’ର ଶିଶୁ କଳାକାର ରାହୁଲ କୋଲିଙ୍କ ପରଲୋକ ଘଟିଛି । ମାତ୍ର ୧୦ ବର୍ଷ ବୟସରେ ରାହୁଲ ଆରପାରିକୁ ଚାଲିଯାଇଛନ୍ତି । ରାହୁଲ ତାଙ୍କର ପରିବାର ସହ ଗୁଜରାଟର ଜାମନଗରରେ ରହୁଥିବା ବେଳେ ତାଙ୍କର ମୃତ୍ୟୁରେ ବନ୍ଧୁ, ପରିଜନ ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ରାହୁଲଙ୍କ ପିତା ରାମୁ ଅଟୋ ରିକ୍ସା ଚଳାଉଥିବା ବେଳେ ପୁତ୍ରର ମୃତ୍ୟୁରେ ସେ ଗଭୀର ଭାବେ ଭାଙ୍ଗି ପଡ଼ିଛନ୍ତି । ଏନେଇ ରାମୁ କହିଛନ୍ତି, ଅକ୍ଟୋବର ୧୪ରେ ରାହୁଲର ଫିଲ୍ମ ରିଲିଜ୍ ହେବାର ଥିଲା । ଫିଲ୍ମ ରିଲିଜ ହେବା ପରେ ଆମର ଜୀବନ ପରିବର୍ତ୍ତନ ହୋଇଯିବ ବୋଲି ରାହୁଲ ମୋତେ ଆଶ୍ୱାସନା ଦେଇଥିଲା । ମାତ୍ର ତା’ ପୂର୍ବରୁ ସେ ଆମକୁ ଛାଡ଼ି ସବୁଦିନ ପାଇଁ ଚାଲିଗଲା ।

ଫିଲ୍ମରେ ରାହୁଲ ଜଣେ ରେଲୱେ ସିନଗାଲ ମ୍ୟାନ ଓ ମୁଖ୍ୟ ଭୂମିକା ନିଭାଉଥିବା ସମୟଙ୍କର ବିଶ୍ୱସ୍ତ ବନ୍ଧୁ ମନୁ ଭୂମିକାରେ ଆସିଥିଲେ । ଫିଲ୍ମରେ ଛଅ ଜଣ ଶିଶୁ କଳାକାର ରହିଥିବା ବେଳେ ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ରାହୁଲଙ୍କ ମୃତ୍ୟୁରେ ଫିଲ୍ମ ସହିତ ଜଡ଼ିତ ସମସ୍ତଙ୍କୁ ଗଭୀର ଝଟକା ଲାଗିଥିବା ଫିଲ୍ମ ନିର୍ମାତା ପ୍ୟାନ୍ ନଲିନ କହିଛନ୍ତି । ରାହୁଲ ବ୍ଲଡ୍ କ୍ୟାନ୍ସର ବା ଲ୍ୟୁକେମିୟାରେ ପୀଡ଼ିତ ହେବା ପରେ ଅହମ୍ମବାଦାର ଗୁଜରାଟ କ୍ୟାନ୍ସର ରିସର୍ଚ୍ଚ ସଂସ୍ଥାରେ ଗତ ୪ ମାସ ହେଲା ଚିକିତ୍ସିତ ହେଉଥିଲେ ।

ରାହୁଲ ତାଙ୍କର ପରିବାରର ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କଠାରେ ବୁଖାର ଦେଖାଦେଇଥିଲା ଓ ସେ ଔଷଧ ଖାଇବା ପରେ ତାହା କମି ନଥିଲା । ଗତ ୧ ତାରିଖରେ ସେ ଜଳଖିଆ ଖାଇବା ପରେ ପୁଣି ବୁଖାର ଆସିଥିଲା ଓ ରକ୍ତବାନ୍ତି ହୋଇଥିôଲା ।

Get real time updates directly on you device, subscribe now.