fbpx

ବିଶ୍ୱକପରେ କିଏ ମାରିବ ବାଜି? ବୁମରାହଙ୍କ ସ୍ଥାନରେ ଏହି ଖେଳାଳିପାଇବେ ସୁଯୋଗ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି ଟିମ ଇଣ୍ଡିଆ । କିନ୍ତୁ ଏହି ଦଳରେ ନାହାନ୍ତି ଭାରତର ଷ୍ଟାର ବୋଲର ଜଶପ୍ରୀତ ବୁମରାହ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ୱାର୍ମ ଅପ ମ୍ୟାଚ ଖେଳି ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆହତ ହୋଇ ଦଳରୁ ବାଦ ପଡିଥିବା ବୁମରାହଙ୍କ ସ୍ଥାନ କିଏ ନେବେ ସେ ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ ବିସିସିଆଇ । ତେବେ ଷ୍ଟାଣ୍ଡବାଏ ଖେଳାଳି ଭାବରେ ଦଳରେ ସାମିଲ ଥିବା ଶାମୀ ଏବଂ ଦୀପକ ଚହରଙ୍କ ମଧ୍ୟରୁ ଜଣେ ତାଙ୍କ ସ୍ଥାନ ନେଇ ପାରନ୍ତି । କିନ୍ତୁ ଏହାପରେ ଆଉ ଏକ ବଡ ନାଁ ହେଉଛି ମହମ୍ମଦ ସିରାଜ ।

ବୁମରାହଙ୍କ ଆଘାତ ପରେ ହଠାତ ଚର୍ଚ୍ଚାରେ ଆସିଛନ୍ତି ମହମ୍ମଦ ସିରାଜ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଚମତ୍କାର ବୋଲିଂ ପରେ ତାଙ୍କୁ ବୁମରାହଙ୍କ ବିକଳ୍ପ ଭାବେ ଦେଖାଯାଉଛି । ତେବେ ଶାମୀ ଦୀପକ ଚହର ଏବଂ ସିରାଜ ଏହି ଦୌଡରେ ଖୁବ ଆଗରେ ରହିଥିବା ବେଳେ କିଏ ଏହି ମ୍ୟାଚ ଖେଳିବ ସେ ନେଇ ଆଲୋଚନା ହେଉଛି । ବିଶ୍ୱକପର ପ୍ରଥମ ମ୍ୟାଚ ଆସନ୍ତା ୨୩ ତାରିଖ ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ । ତେବେ ଏହି ମ୍ୟାଚରେ ବୁମରାହଙ୍କ ଜାଗାରେ ମହମ୍ମଦ ଶାମୀ ସର୍ବଶ୍ରେଷ୍ଠ ଦାବିଦାରୀ ବୋଲି କୁହାଯାଉଛି । କିନ୍ତୁ ଏବେ ସେ ଫିଟନେସ ଟେଷ୍ଟ ପାଇଁ ଏନସିଏରେ ରହିଛନ୍ତି । ଯଦି ଶାମୀ ୧୫ ଜଣିଆ ସଦସ୍ୟରେ ସାମିଲ ହେଉଛନ୍ତି ତ ଦଳରେ ଆଉ ଜଣେ ବୋଲରଙ୍କ ସ୍ଥାନ ଖାଲି ହୋଇଯିବ । ଏହି ସ୍ଥାନରେ ମହମ୍ମଦ ସିରାଜଙ୍କୁ ଚୟନ କରାଯାଇପାରେ ।

ଶାମୀ ୧୭ଟି ଟି-୨୦ ମ୍ୟାଚରୁ ୧୮ ୱିକେଟ ହାସଲ କରିଥିବା ବେଳେ ସିରାଜ ୬ଟି ମ୍ୟାଚରୁ ୫ଟି ସଫଳତା ହାସଲ କରିଛନ୍ତି । ତେବେ ଅଭିଜ୍ଞତା ଦୃଷ୍ଟିରୁ ଶାମୀଙ୍କୁ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦିଆଯାଇପାରେ । ଏହାବ୍ୟତୀତ ଅଷ୍ଟ୍ରେଲିଆରେ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଖେଳିଛନ୍ତି ଶାମୀ । ତେଣୁ ସେ ବିଶ୍ୱକପ ଦଳରେ ସ୍ଥାନ ପାଇବାର ଅଧିକ ସୁଯୋଗ ରହିଛି ।

Get real time updates directly on you device, subscribe now.